ଭୁବନେଶ୍ବର: ଆସନ୍ତା ମେ 1 ତାରିଖରୁ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଟୀକାକରଣ କରାଯିବ । ଏନେଇ ରାଜ୍ୟ ସରକାର ଏକ ଏସଓପି ଜାରି କରିବେ । ରାଜ୍ୟରେ 18 ବର୍ଷରୁ 45 ବର୍ଷ ମଧ୍ୟରେ 42 ପ୍ରତିଶତ ଲୋକ ଅଛନ୍ତି । ଏଣୁ ଟୀକାକରଣ କେନ୍ଦ୍ର ମଧ୍ୟ ବୃଦ୍ଧି କରାଯିବ । ତେବେ ରାଜ୍ୟ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ବର୍ତ୍ତମାନ ରାଜ୍ୟରେ 1500 ଟିକାକେନ୍ଦ୍ର ରହିଥିବାବେଳେ ଆଗାମୀ ଦିନରେ ଏହାକୁ ଆହୁରି ବଢ଼ାଯିବ । ଟିକା ଦର କେତେ ଧାର୍ଯ୍ୟ ହେବ, ସେନେଇ ଉତ୍ପାଦନକାରୀ କମ୍ପାନୀକୁ କ୍ଷମତା ଦିଆଯାଇଛି । ସରକାରଙ୍କ ସହଯୋଗରେ ଘରୋଇ ହସ୍ପିଟାଲରେ ଟୀକାକରଣ ଚାଲିଛି । ହେଲେ ମେ 1 ରୁ କେନ୍ଦ୍ର ସରକାର ଆଉ ଘରୋଇ ହସ୍ପିଟାଲକୁ ଟିକା ଯୋଗାଣ କରିବେ ନାହିଁ । ଘରୋଇ ହସ୍ପିଟାଲ ସିଧାସଳଖ ଭାବେ କମ୍ପାନୀ ଠାରୁ କିଣିବେ । ଅନ୍ୟପଟେ ରାଜ୍ୟରେ ଟୀକାକରଣ ପାଇଁ ଅଧିକ ସେସନ ସାଇଟ କରାଯିବ । ଅନଲାଇନ ଓ ସ୍ପଟ ପଞ୍ଜିକରଣ କରାଯିବ ।