ଭୁବନେଶ୍ବର: ମେ’ ପହିଲାରୁ ଦେଶରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । 18 ବର୍ଷରୁ ଊର୍ଦ୍ଧ୍ବଙ୍କୁ ଦିଆଯିବ ଟିକା । ଏଥିପାଇଁ ଆଜି ଅପରାହ୍ନରୁ ହେବ ପଞ୍ଜୀକରଣ । ହେଲେ ରାଜ୍ୟରେ ବିଳମ୍ବ ହୋଇପାରେ ଟୀକାକରଣ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ରାଜ୍ୟରେ ବିଳମ୍ବ ହୋଇପାରେ ତୃତୀୟ ପର୍ଯ୍ୟାୟ ଟିକା ଦାନ - third phase vaccination drive
ମେ’ ପହିଲାରୁ ଦେଶରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ରାଜ୍ୟରେ ବିଳମ୍ବ ହୋଇପାରେ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...
ବିଳମ୍ବ ହୋଇପାରେ ତୃତୀୟ ପର୍ଯ୍ୟାୟ ଟୀକାଦାନ
ଟିକା ଆଣିବା ନେଇ ରାଜ୍ୟ ସରକାର କମ୍ପାନୀ ମାନଙ୍କ ସହ ଆଲୋଚନା କରୁଛନ୍ତି । ମେ’ 1 ପରେ ରାଜ୍ୟରେ ଯେବେ ଟିକା ପହଁଚିବ ସେବେ ଟୀକା କରଣ ଆରମ୍ଭ ହେବ । ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ସେସନ ସାଇଟ ମଧ୍ୟ ପ୍ରସ୍ତୁତ ଅଛି । ଆବଶ୍ୟକ ସ୍ଥଳେ ବୃଦ୍ଧି କରାଯିବ ସେସନ ସାଇଟ ବୋଲି ସୂଚନା ଦେଇଛନ୍ତି ବିଜୟ ।
ଅନ୍ୟପକ୍ଷରେ ଆଜି ରାଜ୍ୟରେ ଆଜି ପହଁଚିବ ଆଉ 90 ହଜାର କୋଭିସିଲ୍ଡ ଟିକା । ଅପରାହ୍ନ ୨.୩୦ରେ ଟିକା ପହଞ୍ଚିବା ନେଇ ସୂଚନା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 57 ଲକ୍ଷ 4 ହଜାର 916 ଡୋଜ ଦିଆଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ