ଭୁବନେଶ୍ବର: ଆଜିଠୁ ତୃତୀୟ ପର୍ଯ୍ୟାୟ ଟୀକାକରଣ । ଏଥିପାଇଁ ଆଜି ଭୁବନେଶ୍ବରରେ ଡ୍ରାଏ ରନ୍ ହୋଇଛି । ନୟାପଲ୍ଲୀ ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଡ୍ରାଏ ରନ୍ ହୋଇଛି । କୈାଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି ଏଡ଼ାଇବା ପାଇଁ ଏକ ପ୍ରତିକାତ୍ମକ ଟୀକାକରଣର ସମୀକ୍ଷା କରିଛନ୍ତି ବିଏମସି କମିଶନର । ୫୦ ଜଣରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।
ତୃତୀୟ ପର୍ଯ୍ୟାୟ ଟୀକାକରଣ, ଆରମ୍ଭ ହେଲା ଡ୍ରାଏ ରନ୍
ଭୁବନେଶ୍ବରରେ ୧୮ ରୁ ୪୪ ବର୍ଷ ଟୀକାକରଣ ଅବ୍ୟବହିତ ପୂର୍ବରୁ ଆରମ୍ଭ ହେଲା ଡ୍ରାଏ ରନ। ଭୁବନେଶ୍ବର ସ୍ଥିତ ନୟାପଲ୍ଲୀ ଆଇଆରସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ ଡ୍ରାଏ ରନ ଆରମ୍ଭ ହୋଇଛି । ଶନିବାର ଟୀକାକରଣ ପାଇଁ ଅନଲାଇନ ସ୍ଲଟ୍ ଅପରାହ୍ନରେ ଖୋଲିବ । ଅଧିକ ପଢନ୍ତୁ...
ପୂର୍ବରୁ ଯେଭଳି ଟୀକାକରଣ ହେଉଥିଲା ସେଭଳି ସୋମବାର ଠାରୁ ଜାରି ରହିବ ଟୀକାକରଣ । ୪୫ ବର୍ଷରୁ ଊର୍ଦ୍ଧ୍ବ ବଳକା ଥିବା ୭୦-୮୦ ହଜାର ଲୋକଙ୍କୁ ଟିକା ଦିଆଯିବ । ଏଥି ସହ ୧୮ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ମଧ୍ୟ ଟିକା ଦିଆଯିବ । ପଞ୍ଜିକୃତ ହିତାଧିକାରୀଙ୍କୁ ଆଜି ଅପରାହ୍ନ ପରେ ମିଳିବ ସ୍ଲଟ୍ । ୧୮-୪୪ ବର୍ଷ ହିତାଧିକାରୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ହସ୍ପିଟାଲରେ ଅଧିକ କାଉଣ୍ଟର କରାଯିବ । କେନ୍ଦ୍ର ଗୁଡ଼ିକରେ ଗହଳି ନକରିବାକୁ ଅନୁରୋଧ କରାଯାଇଛି । କେବଳ ସ୍ଲଟ୍ ମିଳିଥିବା ବ୍ୟକ୍ତିଙ୍କୁ ମିଳିବ ଟିକା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ