ଭୁବନେଶ୍ବର: ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ପ୍ରସିଦ୍ଧ ହରିଶଙ୍କର, ନୃସିଂହନାଥ ବିକାଶ ପ୍ଲାନର ତୃତୀୟ ବୈଠକ ଆଜି ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । 2022 ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏନେଇ ପ୍ରସ୍ତୁତ ହୋଇଥିବା ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯାଇଛି ।
ହରିଶଙ୍କର, ନୃସିଂହନାଥ ମନ୍ଦିର ବିକାଶ ବେଳେ ସାଂସ୍କୃତିକ, ଧାର୍ମିକ, ପାରିବେଶିକ ଓ ଦୁଃସାହସିକ ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯିବ । ପର୍ଯ୍ୟଟକଙ୍କ ପାଇଁ ରାସ୍ତାର ସୌନ୍ଦର୍ଯ୍ୟକରଣ, ପାର୍କିଂ, ଭେଣ୍ଡିଂ ଜୋନ୍, ରିଲିଜିୟସ୍ ଷ୍ଟ୍ରିଟ୍, କଲଚରାଲ୍ ପ୍ଲାଜା ସହ ସମସ୍ତ ସୁବିଧା କରାଯିବ । ଏହାସହ ପାରମ୍ପରିକ ହର୍ବାଲ ସେଣ୍ଟର ମଧ୍ୟ କରାଯିବ । ଉଦ୍ୟାନ, ପିକନିକ୍ ଜୋନ୍, କିଡ୍ସ ଜୋନ୍, ଆମ୍ପିଥିଏଟର ପ୍ରଭୃତି କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।