ଓଡିଶା

odisha

ETV Bharat / city

ରାଉରକେଲା ଏସପିଙ୍କୁ OHRCର ନୋଟିସ - police station

ଏକ ମୋବାଇଲ ଚୋରି ଅଭିଯୋଗରେ ଜନୈକ ବାପାମା' ଛେଉଣ୍ଡ 9ମ ଶ୍ରେଣୀ ଛାତ୍ରକୁ ଉଦିତ ନଗର ଥାନା ପୋଲିସ 20 ଘଣ୍ଟାରୁ ଅଧିକ ସମୟ ଅଟକ ରଖି ନିସ୍ତୁକ ମାଡ଼ ଓ ଇଲେକ୍ଟ୍ରିକ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି।

ରାଉରକେଲା ଏସପିଙ୍କୁ ନୋଟିସ
ରାଉରକେଲା ଏସପିଙ୍କୁ ନୋଟିସ

By

Published : Jan 4, 2021, 7:57 PM IST

ଭୁବନେଶ୍ବର: ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ହାଜତ ମୃତ୍ୟୁ ଓ ଅତ୍ୟାଚାର ନିର୍ଯାତନା ଘଟଣା ବରିଷ୍ଠ ଅଧିକାରୀ ଓ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟି ଥିବାବେଳେ ଥାନାରେ ଥାର୍ଡ ଡିଗ୍ରୀ ଘଟଣା ସାମ୍ନାକୁ ଆସିଛି । ଥାନାରେ ଜଣେ ନାବାଳକକୁ ଥାର୍ଡ ଡିଗ୍ରୀକୁ ନେଇ ଓଏଚଆରସି ରାଉରକେଲା ଏସପିଙ୍କୁ ନୋଟିସ ଜାରି କରିଛି ।

ଡିସେମ୍ବର 26ରେ ପୁଣି ଏକ ନାବାଳକକୁ ହାଜତ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏକ ମୋବାଇଲ ଚୋରି ଅଭିଯୋଗରେ ଜନୈକ ବାପାମା' ଛେଉଣ୍ଡ 9ମ ଶ୍ରେଣୀ ଛାତ୍ରକୁ ଉଦିତ ନଗର ଥାନା ପୋଲିସ 20 ଘଣ୍ଟାରୁ ଅଧିକ ସମୟ ଅଟକ ରଖି ନିସ୍ତୁକ ମାଡ଼ ଓ ଇଲେକ୍ଟ୍ରିକ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି।

ରାଉରକେଲା ଏସପିଙ୍କୁ ନୋଟିସ

ଏହି ଘଟଣାର ଖବର ପ୍ରକାଶିତ ହେବା ପରେ ଆଜି(ସୋମବାର) ଉକ୍ତ ଘଟଣାର ତଦନ୍ତ ଓ ନ୍ୟାୟ ପାଇଁ ମାନ୍ୟବର ରାଜ୍ୟ ମାନବାଧିକାର କମିଶନ ନିଜ ଆଡୁ ମାମଲା ରୁଜୁ କରି ରାଉରକେଲା ଏସପିଙ୍କୁ ନୋଟିସ କରିଛନ୍ତି। ଏହାର ତଦନ୍ତ କରିବାକୁ ରାଉରକେଲା ଏସପିଙ୍କୁ ନୋଟିସ କରିବା ସହ ଆସନ୍ତା ଫେବୃଆରୀ 15 ତାରିଖ ମଧ୍ୟରେ କମିଶନଙ୍କୁ ଜଣାଇବା ଲାଗି ନିର୍ଦ୍ଦେଶ ରହିଛି।

ଅନ୍ୟପଟେ କିଶୋର ନ୍ୟାୟ ଆଇନ-2000 ଓ ସଂଶୋଧନ 2015 ଅନୁଯାୟୀ, ଏକ ନାବାଳକ ଶିଶୁ ଉପରେ ଯଦି ଏଭଳି ଧର୍ତ୍ତବ୍ୟ ଅପରାଧ ହୁଏ, ତେବେ ପୋଲିସ ଜୁଭେନାଇଲ ହୋମକୁ ପଠାଇବା କଥା । ଜୁଭେନାଇଲ ବୋର୍ଡ ଅଭିଯୋଗ ଶୁଣାଣି କରିବା କଥା । ମାତ୍ର ପୋଲିସ ସେପରି କରି ନଥିବା ଅଭିଯୋଗ ଆଣି ମାନବାଅଧିକାର କର୍ମୀ ପ୍ରଦୀପ୍ତ ନାୟକ ରାଉରକେଲା ପୋଲିସ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ପୋଲିସର ଏପରି କାଣ୍ଡ ଯୋଗୁଁ ପିଲାର ମାନସିକ, ଶାରୀରିକ ସୁରକ୍ଷା, ନିରାପତ୍ତା ଓ ଆତ୍ମ ସମ୍ମାନ ଅଧିକାର ଉଲ୍ଲଂଘନ ହୋଇଛି। ରାଉରକେଲା ଏସପିଙ୍କ ଠାରୁ ତୁରନ୍ତ ତଦନ୍ତ ରିପୋର୍ଟ ମାଗି ଦୋଷୀ ପୋଲିସଙ୍କ ବିରୁଦ୍ଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସମେତ ଶିଶୁକୁ ଅନୁକମ୍ଫା ମୂଳକ କ୍ଷତିପୂରଣ ରାଜ୍ୟ ସରକାର ଦେବାକୁ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ଅପିଲ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details