ଓଡିଶା

odisha

ETV Bharat / city

ଗୁରୁ ପଙ୍କଜ ଉତ୍ସବ ତୃତୀୟ ସନ୍ଧ୍ୟା: ଅହଲ୍ୟା ଓ ଶ୍ରୀରାଧାଙ୍କ ଭାବ ବର୍ଣ୍ଣନା କଲେ ନୃତ୍ୟଶିଳ୍ପୀ - rabindra mandap

ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି ଗୁରୁ ପଙ୍କଜଙ୍କ ଉତ୍ସବ। ତୃତୀୟ ସନ୍ଧ୍ୟାରେ ଶ୍ରୀକୃଷ୍ଣଙ୍କ ପ୍ରିୟ ଶ୍ରୀରାଧା ଏବଂ ଅହଲ୍ୟାଙ୍କ ବିଭିନ୍ନ ଭାବକୁ ବେଶ ରୁଚି ପୂର୍ଣ୍ଣ ଭାବେ ପରିବେଷଣ କରିଛନ୍ତି ଶିଳ୍ପୀଗଣ। ରବିନ୍ଦ୍ରପଣ୍ଡପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର

By

Published : Mar 20, 2019, 3:23 PM IST

ଭୁବନେଶ୍ୱର: ଗୁରୁ ପଙ୍କଜଙ୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ଶ୍ରୀକୃଷ୍ଣଙ୍କ ପ୍ରିୟ ଶ୍ରୀରାଧା ଏବଂ ଅହଲ୍ୟାଙ୍କ ବିଭିନ୍ନ ଭାବକୁ ବେଶ ରୁଚି ପୂର୍ଣ୍ଣ ଭାବେ ପରିବେଷଣ କରିଛନ୍ତି ଶିଳ୍ପୀଗଣ । ରବିନ୍ଦ୍ରପଣ୍ଡପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର ଗୁରୁବନ୍ଦନାରୁ ସାନ୍ଧ୍ୟ ଅଧିବେଶନର ଶୁଭାରମ୍ଭ କରିଥିଲେ । ପରେ ପରେ ଗୀତଗୋବିନ୍ଦର ଅଷ୍ଟପଦି 'ସଖୀ ହେ କେସି ମଦନ ମୁଦରଂ'କୁ ଖୁବ ନିଖୁଣ ଭାବେ ଉପସ୍ଥାପନ କରିଥିଲେ । ଏହାପରେ ଶର୍ମିଳା ବିଶ୍ବାସ କୃଷ୍ଣଙ୍କ ପ୍ରତି ବାତ୍ସଲ୍ୟ ରସ ଓ ଲିନା ମହାନ୍ତି ଶ୍ରାରାଧାଙ୍କ ଅଭିମାନକୁ ଅତି ସୁନ୍ଦର ଭାବରେ ପରିବେଷଣ କରିଥିଲେ ।

ଅନ୍ୟତମ ଶିଳ୍ପୀ ପୁଷ୍ପିତା ମିଶ୍ର ପଞ୍ଚକନ୍ୟା ଅନ୍ତର୍ଗତ ଅହଲ୍ୟାକୁ ଏବଂ ଶେଷରେ ଅନୁଷ୍ଠାନର ଶିଳ୍ପୀଗଣ ଦଳଗତ ଭାବେ ମାତୃବନ୍ଦନା ପରିବେଷଣ କରିଥିଲେ । ଯାହାକି ପ୍ରେକ୍ଷାଳୟର ପରିବେଶକୁ ବେଶ ରସସିକ୍ତ କରିଥିଲା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details