ଓଡିଶା

odisha

ETV Bharat / city

ଏନଆଇଏ ଏସପିଙ୍କ ଘରୁ କଳାକନା ବୁଲାଇଲେ ଚୋର, ଦାମୀ ଉପହାର ଗାୟବ

ଲକଡାଉନର ସୁଯୋଗ ନେଇ କେହି ଘରେ ନଥିବା ବେଳେ ଏନଆଇଏ ଏସପିଙ୍କ ଘରୁ କଳାକନା ବୁଲାଇଲେ ଚୋର। ତେବେ କିଛି ଠାଉକିଆ ଚୋର ଏପରି କରିଥିବା ପୋଲିସ ସୁତ୍ରରୁ ସୁଚନା ମିଳିଛି।

Now Sp house looted by lotera
ଏନଆଇଏ ଏସପିଙ୍କ ଘରୁ କଳାକନା ବୁଲାଇଲେ ଚୋର, ଦାମୀ ଉପହାର ଗାୟବ

By

Published : May 24, 2020, 9:41 AM IST

Updated : May 24, 2020, 2:04 PM IST

ଭୁବନେଶ୍ବର: ବେଲ ଗଛରେ ଚଢି ପାଚେରି ଡେଇଁଲେ ଚୋର। ଏହାପରେ ଘରେ ଥିବା ବିଭିନ୍ନ ଦାମି ଗିଫ୍ଟ ଆଇଟମ ଓ ଇଲେକ୍ଟ୍ରୋନିକ୍ସ ଗ୍ଯାଜେଟ ନେଇଯାଇଛନ୍ତି । ଏମିତି ଢଙ୍ଗରେ କ୍ୟାପିଟାଲ ଥାନା ଅନ୍ତର୍ଗତ ଶିଶୁ ଭବନ ଛକରେ ଥିବା ଏନଆଇଏ ଏସପି ସତ୍ୟଜିତ ନାୟକଙ୍କ ସରକାରୀ ବାସଭବନୁ ଚୋର କଳାକନା ବୁଲାଇଛନ୍ତି।

ତେବେ ଲକଡାଉନ ପାଇଁ ତାଙ୍କର ପରିବାର ଭୁବନେଶ୍ବର ବାସଭବନରେ ମାସକ ପାଇ ନଥିଲେ। ଯାହାର ସୁଯୋଗ ନେଇ ଚୋର ଘରେ ପଶି ସମସ୍ତ ଆଲମାରି ଟ୍ରଙ୍କ ଓ ସବୁ ଘରର ତାଲା ତାଡି ଚୋରି କରିଛି।

ଏନଆଇଏ ଏସପିଙ୍କ ଘରୁ କଳାକନା ବୁଲାଇଲେ ଚୋର, ଦାମୀ ଉପହାର ଗାୟବ

ଏନେଇ କ୍ୟାପିଟାଲ ଥାନା ଅଧିକାରିଙ୍କ ଏକ ଟିମ ଛାନଭିନ କରି ତଦନ୍ତ ଜାରି ରଖିଛନ୍ତି। ତେବେ କିଛି ଠାଉକିଆ ଚୋର ଏପରି କରିଥିବା ପୋଲିସ ସୁତ୍ରରୁ ସୁଚନା ମିଳିଛି। ଏନେଇ କମିସନରେଟ ପୋଲିସ ସରକାରୀ ବାସଭବନ ନିକଟ ପଡୋଶିଙ୍କ ସୂଚନାକୁ ଆଧାରକରି ତଦନ୍ତ ଚଳାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 24, 2020, 2:04 PM IST

ABOUT THE AUTHOR

...view details