ଭୁବନେଶ୍ବର: କୋରୋନା ମହାମାରୀକୁ ହରାଇବା ପାଇଁ ଟୀକାକରଣକୁ ଅଧିକ ଗୁରୁତ୍ବ ଦିଆଯାଉଛି । ହେଲେ ଟିକା ନେଲା ପରେ ବି ଲୋକମାନେ ଗୁରୁତର ହେଉଛନ୍ତି ଏବଂ ମୃତ୍ୟୁ ମଧ୍ୟ ହେଉଛି । ଏପଟେ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଭ୍ୟାକ୍ସିନ ନେବାପରେ କୋରୋନା ହେବ ନାହିଁ ବୋଲି ସେମିତି କିଛି ନାହିଁ । କାରଣ ଟିକା ନେବା ସାଙ୍ଗେ ସାଙ୍ଗେ ରୋଗ ପ୍ରତିରୋଧକ ଶକ୍ତି ବଢେ ନାହିଁ । କିନ୍ତୁ ଟିକା ନେଲା ପରେ 71 ରୁ 97 ପ୍ରତିଶତ ପ୍ରୋଟେକ୍ସନ ଅଛି । ଏନେଇ ଘଟଣାକୁ ନେଇ ସର୍ଭେ କରୁଛନ୍ତି ବୈଷୟିକ କମିଟି ।
ତେବେ ଟିକା ନେବାର କେତେ ଦିନ ପରେ ଲୋକେ ସଂକ୍ରମିତ ହେଉଛନ୍ତି? କେତେ ଲୋକଙ୍କର ଦୁଇଟି ଡୋଜ ନେଲାପରେ ମୃତ୍ୟୁ ଘଟୁଛି? ଏବଂ ଯେଉଁମାନଙ୍କର ମୃତ୍ୟୁ ଘଟୁଛି, ସେମାନେ କେତେ ଗୁରୁତର ଥିଲେ ? ଯଦି ବେଶୀ ଗୁରୁତର ଥାଇ ମୃତ୍ୟୁ ହେଉଛି ତେବେ ଅନ୍ୟ ରୋଗ ଥିଲା କି? ନାଁ କେବଳ କୋରୋନାରେ ମୃତ୍ୟୁ ଘଟିଛି ? ଏ ସମସ୍ତ ତଥ୍ୟ ସଂଗ୍ରହ କରୁଛନ୍ତି ବୈଷୟିକ କମିଟି । ତଥ୍ୟ ମିଳିବା ପରେ ସମୀକ୍ଷା କରାଯିବ ।