ଓଡିଶା

odisha

ରସୁଲଗଡ ମଣ୍ଡପରୁ ହେବ ଲାଇଭ୍‌ ଟେଲିକାଷ୍ଟ, ଘରେ ରହି ଶାଢୀ ପୂଜା କରିବେ ଶ୍ରଦ୍ଧାଳୁ

ଏଥର ମା'ଙ୍କ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ଫଳରେ ରସୁଲଗଡ଼ ମା' ଙ୍କ ଅଷ୍ଟମୀ ପୂଜାର ସୋସିଆଲ ମିଡିଆରେ ଲାଇଭ୍‌ ଟେଲିକାଷ୍ଟ କରାଯିବ । ଘରେ ରହି ଶାଢ଼ୀ ପୂଜା କରିବେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

By

Published : Oct 19, 2020, 7:56 PM IST

Published : Oct 19, 2020, 7:56 PM IST

ରସୁଲଗଡ ମଣ୍ଡପର ହେବ ଲାଇଭ୍‌ ଟେଲିକାଷ୍ଟ, ଘରେ ରହି ଶାଢୀ ପୂଜା କରିବେ ଭକ୍ତ
ରସୁଲଗଡ ମଣ୍ଡପର ହେବ ଲାଇଭ୍‌ ଟେଲିକାଷ୍ଟ, ଘରେ ରହି ଶାଢୀ ପୂଜା କରିବେ ଭକ୍ତ

ଭୁବନେଶ୍ବର: ଏଥର ମା'ଙ୍କ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ରସୁଲଗଡ଼ ମା' ଙ୍କ ଅଷ୍ଟମୀ ପୂଜାରେ ଘରେ ରହି ଶାଢ଼ୀ ପୂଜା କରିବେ ଭକ୍ତ। କୋରୋନା ମହାମାରୀ ସମୟରେ ଚଳିତ ବର୍ଷ ଦଶହରାକୁ ନେଇ ଅନେକ ପୂଜା ମଣ୍ଡପ ନିୟମ ନିର୍ଦ୍ଦେଶରେ କାର୍ଯ୍ୟ କରୁଛି ଟୁଇନ ସିଟ୍‌ର ସମସ୍ତ ପୂଜା ମଣ୍ଡପ।

ରସୁଲଗଡ ମଣ୍ଡପର ହେବ ଲାଇଭ୍‌ ଟେଲିକାଷ୍ଟ, ଘରେ ରହି ଶାଢୀ ପୂଜା କରିବେ ଭକ୍ତ

କୋଭିଡ ନିୟମ ନିର୍ଦେଶାବଳୀକୁ ଦେଖିଲେ 4 ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି କରାଯିବ ଏବଂ ମଣ୍ଡପରେ ପୂଜା ସମୟରେ 7 ଜଣରୁ ଅଧିକ ରହିପାରିବେ ନାହିଁ। ତେଣୁ ଭୁବନେଶ୍ବର ରସୁଲଗଡ଼ ପୂଜା ମଣ୍ଡପରେ ଚଳିତ ବର୍ଷ ସାଧାରଣ ଭାବରେ ନିୟମକୁ କଡ଼ାକଡ଼ି ପାଳନ କରି ମା' ଙ୍କ ପୂଜା ରୀତିନୀତି ଅନୁସାରେ କରାଯାଉଛି। ଏନେଇ ରସୁଲଗଡ଼ ମଣ୍ଡପରେ ମା'ଙ୍କ ପୂଜା ସମୟରେ ଯେହେତୁ ଭକ୍ତଙ୍କ ସମାଗମ ହୋଇପାରିବ ନାହିଁ ତେଣୁ ସୋସିଆଲ ମେଡ଼ିଆରେ ଲାଇଭ ଟେଲିକାଷ୍ଟ କରାଯିବ। ଯାହା ଫଳରେ ଘରେ ରହି ଭକ୍ତମାନେ ଦର୍ଶନ କରିବେ ମା' ଙ୍କୁ। ଅନ୍ୟପଟେ ଅଷ୍ଟମୀ ଦିନରେ ବଡ ପୂଜା କରାଯାଏ। ଏହି ଦିନରେ ଭକ୍ତମାନେ ଶାଢ଼ୀ ପୂଜା କରିଥାନ୍ତି ମା ଙ୍କ ନିକଟରେ। କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ସମସ୍ତ ଭକ୍ତଙ୍କୁ ମଣ୍ଡପକୁ ଯିବା ବନ୍ଦ କରି ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details