ଭୁବନେଶ୍ବର: ବିଜେଡି ବିଧାୟକ ଭାଗିରଥୀ ସେଠୀଙ୍କ ବିତଣ୍ଡା ଯୁକ୍ତି । ପୁରୀ ଧାମକୁ ଯେତିକି ପୁରାତନ ମଠ ଅବରୋଧ କରି ରଖିଥିଲେ, ସେଗୁଡିକୁ ସରକାର ଭାଙ୍ଗି ନୂତନ ସ୍ଥାନ ନିରୂପଣ କରୁଛନ୍ତି । ଯଦି ଆପଣଙ୍କ ଘର ଆଗରେ ବେଆଇନ ଭାବେ ମଠ ଅଛି । ପୁରୀ ଧାମକୁ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି । ତାଙ୍କର ସୁବିଧା ପାଇଁ ସରକାର କରୁଛନ୍ତି ବୋଲି କହିଛନ୍ତି ଭାଗୀରଥି ।
ଯଦି ଆମେ ରାସ୍ତା ଅବରୋଧ କରି ମଠରେ ବସିବା ସେଇଟା କଣ ଠିକ କି ? ତେଣୁ ମଠ ଭାଙ୍ଗିବାରେ କୌଣସି ଅସୁବିଧା ନାହିଁ । ରାଜନୀତି ଠିକ ନୁହେଁ । ଜଗନ୍ନାଥ ସାରା ବିଶ୍ବର ଠାକୁର । ବିଜେପିର ବିରୋଧ ଠିକ ହେଉନାହିଁ । ସମସ୍ତେ ଏକ ହୋଇ କେମିତି ଜଗନ୍ନାଥ ଧାମର ଉନ୍ନତି ହେବ, ସାରା ବିଶ୍ବରେ ଆଦୃତ କେମିତି ହେବ ସମସ୍ତେ ଚେଷ୍ଟା କରିବା ଉଚିତ । ଏ ସବୁ ରାଜନୈତିକ ଫାଇଦା ନେବା ପାଇଁ ବିରୋଧ ହେଉଛି । ଆଉ କୌଣସି ମତଲବ ନାହିଁ । ସେମାନେ ବେଆଇନ କହୁଛନ୍ତି କହୁଛନ୍ତି ବୋଲି କହିଛନ୍ତି ।