ଓଡିଶା

odisha

ETV Bharat / city

ସିଆରପି ଛକ ହତ୍ୟାକାଣ୍ଡ: ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ବିଜେଡିକୁ ଦାୟୀକଲେ ବିରୋଧୀ - ସିଆରପି ହତ୍ୟାକାଣ୍ଡ ପ୍ରତିକ୍ରିୟା

ସିଆରପି ଛକରେ ଦିନ ଦ୍ବିପ୍ରହରରେ ହତ୍ୟାକାଣ୍ଡ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ । ଅଧିକ ପଢନ୍ତୁ....

'ରାଜ୍ୟରେ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ'
'ରାଜ୍ୟରେ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ''ରାଜ୍ୟରେ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ'

By

Published : Mar 6, 2021, 3:28 PM IST

Updated : Mar 6, 2021, 6:42 PM IST

ଭୁବନେଶ୍ବର: ରାଜଧାନୀରେ ଦିନ ଦ୍ଵିପ୍ରହରରେ ହତ୍ୟାକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଏହା ନୂଆ କଥା ନୁହେଁ । ରାଜ୍ୟରେ ଆଇନଶୃଙ୍ଖଳା ବୋଲି କିଛି ନାହିଁ । ସେଥିପାଇଁ ଅପରାଧ ବଢି ବଢି ଚାଲିଛି ।

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ବିଜେଡିକୁ ଦାୟୀକଲେ ବିରୋଧୀ

ସେହିପରି ରାଜ୍ୟରେ ସରକାର କେବଳ ପ୍ରଚାର ସର୍ବସ୍ବରେ ଚାଲିଛି ବୋଲି ନିରଞ୍ଜନ କହିଛନ୍ତି । ଅପରାଧୀଙ୍କ ବିରୁଦ୍ଧରେ କୈଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । କେବଳ ରାଜଧାନୀ ନୁହେଁ ସାରା ଓଡ଼ିଶାରେ ଏଭଳି ଘଟଣା ଦେଖିବାକୁ ମିଳିଛୁ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସୂଚନା ଅନୁସାରେ ଆଜି(ଶନିବାର) ଭୁବନେଶ୍ବର ସ୍ଥିତ ସିଆରପି ଛକରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଯାହାକୁ ନେଇ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ।

ଅନ୍ୟପଟେ ବିଜୁ ଜନତା ଦଳର ଅହେତୁକ ହସ୍ତକ୍ଷେପ କାରଣରୁ ରାଜ୍ୟରେ ଅପରାଧୀକ ମାମଲା ବୃଦ୍ଧି ପାଉଛି ବୋଲି ବିଜେପି ନେତା ପୁରୋହିତ କହିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଦିନ ଦ୍ବିପ୍ରହରରେ ହତ୍ୟା, ଲୁଟ୍, ରେପ୍ ହେଉଛି । ପୋଲିସ ପ୍ରଶାସନକୁ ଯଦି ବିଜେଡି ମୁକ୍ତି କରିଦେବ ଏବଂ ଆଇନ ହିସାବରେ ପୋଲିସ ପ୍ରଶାସନକୁ କାମ କରିବାକୁ ଛାଡିଦେବ ତେବେ ରାଜ୍ୟବାସୀଙ୍କୁ ନ୍ୟାୟ ମିଳିବ । ଯେପର୍ଯ୍ୟନ୍ତ ବିଜେଡିର ନିୟନ୍ତ୍ରଣରେ ପୋଲିସ ଷ୍ଟେସନ ଥିବ, ସେପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇରହିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ ଏବଂ ତପନ କୁମାର ଦାସ, ଇଟିଭି ଭାରତ

Last Updated : Mar 6, 2021, 6:42 PM IST

ABOUT THE AUTHOR

...view details