ଓଡିଶା

odisha

By

Published : Apr 26, 2022, 1:16 PM IST

ETV Bharat / city

ରାଜ୍ୟରେ 15ଟି ଜିଲ୍ଲାରେ ନାହିଁ କୋଭିଡ ସଂକ୍ରମଣ, ପ୍ରିକସନ ଡୋଜ୍‌ ନେବାକୁ ପରାମର୍ଶ

ରାଜ୍ୟରେ ୧୫ଟି ଜିଲ୍ଲାରେ କୋଭିଡ ସଂକ୍ରମଣ ନାହିଁ । ଟୀକାକରଣ ଆମ ରାଜ୍ୟରେ ଯଥେଷ୍ଟ ହୋଇଥିବାରୁ କୋଭିଡ ରୋଗୀ ସଂଖ୍ୟା ନାହଁ । ଯେଉଁମାନେ ଟୀକା ନେଇ ନାହାନ୍ତି, ସେମାନେ ନେଇ ଯାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢ଼ନ୍ତୁ

ରାଜ୍ୟରେ 15ଟି ଜିଲ୍ଲାରେ ନାହିଁ କୋଭିଡ ସଂକ୍ରମଣ, ପ୍ରିକସନ ଡୋଜ୍‌ ନେବାକୁ ପରାମର୍ଶ
ରାଜ୍ୟରେ 15ଟି ଜିଲ୍ଲାରେ ନାହିଁ କୋଭିଡ ସଂକ୍ରମଣ, ପ୍ରିକସନ ଡୋଜ୍‌ ନେବାକୁ ପରାମର୍ଶ

ଭୁବନେଶ୍ବର:ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏବେ ଦେଶରେ ଦୈନିକ ୨ ହଜାରରୁ ଅଧିକ କୋଭିଡ ମାମଲା ଟ୍ରେଣ୍ଡ୍‌ ଚାଲିଛି । କେବଳ କେରଳ, ଦିଲ୍ଲୀ, ହରିୟାଣା, ପଞ୍ଜାବରେ ଅଧିକ ସଂକ୍ରମଣ ଦେଖାଦେଉଛି । ତାହାରି ମଧ୍ୟରେ କୌଣସି ରୋଗୀ ଗୁରୁତର ହୋଇଥିବା ଖବର ମଧ୍ୟ ମିଳିନାହିଁ ।

ରାଜ୍ୟରେ 15ଟି ଜିଲ୍ଲାରେ ନାହିଁ କୋଭିଡ ସଂକ୍ରମଣ, ପ୍ରିକସନ ଡୋଜ୍‌ ନେବାକୁ ପରାମର୍ଶ

ରାଜ୍ୟରେ ଏବେ ମାତ୍ର ୮୦ଟି ସକ୍ରିୟ କୋଭିଡ ମାମଲା ରହିଛି । ୧୫ଟି ଜିଲ୍ଲାରେ ଆଦୌ କୋଭିଡ ଆକ୍ରାନ୍ତ ନାହାନ୍ତି । ରାଜ୍ୟରେ ଯଥେଷ୍ଟ ପରିମାଣରେ ଟୀକାକରଣ ହୋଇଥିବାରୁ ରୋଗୀ ସଂଖ୍ୟା ହ୍ରାସ ପାଇଛି । ଏଥିପାଇଁ ଯେଉଁମାନେ ଟୀକା ନେଇ ନାହାନ୍ତି, ସେମାନଙ୍କୁ କୋଭିଡ ଟୀକା ନେବାକୁ ପରାମର୍ଶ ଦେଇଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଡବଲ ଡୋଜ୍‌ ପରେ ପ୍ରିକସନ ଡୋଜ ବି ନେବାକୁ ପରାମର୍ଶ ଦିଆଯାଉଛି । ଟୀକା ନେବାପରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି । ଏହି ରୋଗର ଭୟାବହତା ଆଉ ରହିବ ନାହିଁ । ଏହାସତ୍ତ୍ୱେ ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details