ଓଡିଶା

odisha

ETV Bharat / city

ଦାନା ବାନ୍ଧୁଛି ବାତ୍ୟା, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୁର୍ଣ୍ଣିଝଡ ଆଶଙ୍କା - ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୁର୍ଣ୍ଣିଝଡ ଆଶଙ୍କା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରର ୭ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଘୁର୍ଣ୍ଣିଝଡ ସହ ବିଜୁଳି, ଘଡଘଡି ଓ କୁଆ ପଥର ବର୍ଷା ହେବାର ସମ୍ଭାବନା ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦାନା ବାନ୍ଧୁଛି ବାତ୍ୟା, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୁର୍ଣ୍ଣିଝଡ ଆଶଙ୍କା
ଦାନା ବାନ୍ଧୁଛି ବାତ୍ୟା, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୁର୍ଣ୍ଣିଝଡ ଆଶଙ୍କା

By

Published : May 14, 2020, 11:09 PM IST

ଭୁବନଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରର ୭ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଘୁର୍ଣ୍ଣିଝଡ ସହ ବିଜୁଳି, ଘଡଘଡି ଓ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏଥିଲାଗି ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଦାନା ବାନ୍ଧୁଛି ବାତ୍ୟା, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୁର୍ଣ୍ଣିଝଡ ଆଶଙ୍କା
ଦାନା ବାନ୍ଧୁଛି ବାତ୍ୟା, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୁର୍ଣ୍ଣିଝଡ ଆଶଙ୍କା
ଦାନା ବାନ୍ଧୁଛି ବାତ୍ୟା, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୁର୍ଣ୍ଣିଝଡ ଆଶଙ୍କା

ଏହି ସମୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ, ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ସମେତ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ସୁନ୍ଦରଗଡ, ନୂଆପଡା, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ବହୁ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ସହ ବିଜୁଳି, ଘଡଘଡି ଓ କୁଆପଥର ବର୍ଷାର ସମ୍ଭାବନା ରହିଛି । ବିଶେଷ ଭାବେ କୋରାପୁଟ,ରାୟଗଡା, କନ୍ଧମାଳ, କେନ୍ଦୁଝର, ଗଜପତି, ଗଞ୍ଜାମ ଓ ମୟୂରଭଞ୍ଜ ପ୍ରମୁଖ ୭ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ବର୍ଷା ହେବ ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ୱେଲ ମାର୍କରେ ପରିଣତ ହୋଇଛି । ତେବେ ଏହି ୱେଲ ମାର୍କ ପରେ ଏବେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ବାତ୍ୟାର ଭୟ ସୃଷ୍ଟି ହୋଇଛି । ଶୁକ୍ରବାର ସୁଦ୍ଧା ଲଘୁଚାପ ଡିପ୍ରେସନର ରୂପ ନେବାର ସମ୍ଭାବନା ରହିଥିବା ବେଳେ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଝଡ଼ ବାତ୍ୟାର ରୂପ ନେବାର ଆଶଙ୍କା କରାଯାଉଛି । ତେବେ ୧୮ ଓ ୧୯ ତାରିଖ ତାରିଖ ବେଳକୁ ଝଡ଼ ବାତ୍ୟାର ରୂପରେଖ ସ୍ପଷ୍ଟ ହୋଇଯିବ ।

ଏହାକୁ ଦୃଷ୍ଟିରେ ରଖି ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୨ ସେ.ମି. ବର୍ଷା ରେକର୍ଡ କରାଯାଇଛି । ସେହିପରି ତାଳଚେରରେ ସର୍ବାଧିକ ୪୧.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ସର୍ବାଧିକ ୩୬.୨ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details