ଓଡିଶା

odisha

ETV Bharat / city

ଆରଟିଓ ୧ କାର୍ଯ୍ୟାଳୟ ସମ୍ମୁଖରେ ଭିଡ, ଏଲଏଲ ଓ ଡ଼ିଏଲ ପାଇଁ ଲାଗିଛି ଧାଡି - ଆରଟିଓ ୧ କାର୍ଯ୍ୟାଳୟ

ଆରଟିଓ ୧ କାର୍ଯ୍ୟାଳୟ ସମ୍ମୁଖରେ ଭିଡ, ଏଲଏଲ ଓ ଡ଼ିଏଲ ପାଇଁ ଲାଗିଛି ଧାଡି। ଆଜିଠାରୁ ହିଁ ଆରମ୍ଭ ହେବାକୁ ଥିଲା ଡ଼ିଏଲ ଓ ଏଲଏଲ ଲାଇସେନ୍ସ ସ୍ଲଟ ବୁକିଂ। ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ଛିଡା ହେଉଛନ୍ତି। କେବେ କରାଯିବ ତାହା ସ୍ପଷ୍ଟ ହୋଇପାରୁନାହିଁ। ଅଧିକ ପଢନ୍ତୁ..

there-is-a-queue-in-front-of-the-rto-1-office-for-crowds-ll-and-dl
there-is-a-queue-in-front-of-the-rto-1-office-for-crowds-ll-and-dl

By

Published : Jun 11, 2020, 8:28 PM IST

ଭୁବନେଶ୍ବର: ଗୁରୁବାର ଠାରୁ ଆରମ୍ଭ ହେବାକୁ ଥିବା ଡିଲ ଓ ଏଲ ଏଲ ଲାଇସେନ୍ସ ପାଇଁ କାର୍ଯ୍ୟାଳୟ ସମ୍ମୁଖରେ ଲାଗିଛି ଭିଡ। ଅନେକ ଲୋକ ବି ଫେରିଯାଉଛନ୍ତି । ଆଜି ଠାରୁ ଲାଇସେନ୍ସ ପାଇଁ ପରୀକ୍ଷା କରାଉଥିବା ଜାଣି ଅନେକ ବ୍ୟକ୍ତି ଆରଟିଓ ସମ୍ମୁଖରେ ଲମ୍ବା ଭିଡ଼ ଲଗାଇଥିଲେ। ଯେଉଁ ମାନଙ୍କର ମାର୍ଚ୍ଚ 18 ପୂର୍ବରୁ ସ୍ଲଟ ବୁକ କରିଥିଲେ ସେମାନେ କେବଳ ପରୀକ୍ଷା ଦେବା ପାଇଁ ଯାଇପାରିବେ । ଏବଂ ଅନ୍ୟାନ କାର୍ଯ୍ୟ ପାଇଁ ଯାଇପାରିବେ। ଅନେକ କିନ୍ତୁ ଏଥିରୁ ବାଦ ପଡିଛନ୍ତି। ନା ହେଉଛି ପରୀକ୍ଷା ନା ହେଉଛି ଗାଡ଼ି କାଗଜ ପତ୍ର କାମ। ସମସ୍ତେ ଦ୍ବନ୍ଦରେ ରହୁଛନ୍ତି। ତେବେ ନୂଆ କରି ଆସନ୍ତା 18 ତାରିଖରେ ଏଲଏଲ ଓ ଆସନ୍ତା 27 ତାରିଖରେ ଡ଼ିଏଲ ସ୍ଲଟ ବୁକିଂ କରାଯିବ ବୋଲି ସୂଚନା ମିଳିଛି।

ଆରଟିଓ ୧ କାର୍ଯ୍ୟାଳୟ ସମ୍ମୁଖରେ ଭିଡ, ଏଲଏଲ ଓ ଡ଼ିଏଲ ପାଇଁ ଲାଗିଛି ଧାଡି
ଭୁବନେଶ୍ୱରର ଏକ ନମ୍ବର ଆରଟିଓ ପ୍ରଦୀପ ମହାନ୍ତି କହିଛନ୍ତି ଯେ ଯେଉଁ ମାନଙ୍କର ସ୍ଲଟ ବୁକିଂ କରାଯାଇଥିଲା ମାର୍ଚ୍ଚ 18 ପୂର୍ବରୁ ସେହି ମାନେ କେବଳ ଆସିପାରିବେ। ତାହା କେବଳ ଅନଲାଇନରେ କିନ୍ତୁ ଅନେକ ବ୍ୟକ୍ତି ଆରଟିଓ ସମ୍ମୁଖରେ ଭିଡ଼ ଜମାଇଛନ୍ତି। ମାର୍ଚ୍ଚ 18 ପୂର୍ବରୁ ଯେଉଁ ମାନେ ଲାଇସେନ୍ସ ପାଇଁ ବୁକିଂ କରିଥିଲେ ଏଲଏଲ ପାଇଁ 10 ହଜାର 314 ଟି ବୁକିଂ ଓ ଡ଼ିଏଲ ପାଇଁ 11 ହଜାର 390 ଟି ସ୍ଲଟ ବୁକିଂ କରାଯାଇଛି। କୋରୋନା ପାଇଁ ଏଗୁଡିକ ବନ୍ଦ ରହିଥିଲା। ଏହି ସବୁକୁ ପ୍ରଥମେ ସମ୍ପୂର୍ଣ୍ଣ କରାଯିବ।

ଯେଉଁ ମାନେ ବୁକିଂ କରିଥିବେ ସେମାନଙ୍କୁ ପୁନର୍ବାର ଟଙ୍କା ଦେବାକୁ ପଡିବ ନାହିଁ। ସେହି ଟଙ୍କାରେ ପୁନର୍ବାର ବୁକିଂ କରିପାରିବେ ବୋଲି କହିଛନ୍ତି। ସରକାରଙ୍କ ଲାଇସେନ୍ସ ୱେବସାଇଟ ରେ କରିପାରିବେ ପଞ୍ଜିକରଣ।
ଆରଟିଓ କାର୍ଯ୍ୟାଳୟରେ ଅଧିକ ଭିଡ଼ ଦୃଷ୍ଟିରେ ରଖି କତ୍ତୃପକ୍ଷ କାର୍ଯ୍ୟାଳୟ ଭିତରେ ସମସ୍ତଙ୍କୁ ସ୍କ୍ରିଙ୍ଗ କରିବା ସହ ସାମାଜିକ ଦୂରତା ଅବଲମ୍ବନ କରି ଧାଡି ରେ ଠିଆ ହେବାକୁ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details