ଓଡିଶା

odisha

ETV Bharat / city

କମୁନି ଗୁରୁତର କୋଭିଡ ରୋଗୀଙ୍କ ସଂଖ୍ୟ, ଏବେ ବି ଭେଣ୍ଟିଲେଟରରେ 413 - ଓଡିଶାର ଭେଣ୍ଟିଲେଟର

ରାଜ୍ୟରେ ଏବେ ମୋଟ ୨୦୨୫୫ ସକ୍ରିୟ ମାମଲା ରହିଛି । ଏବେ ବି ଓଡିଶାର 413 ରୋଗୀ ଭେଣ୍ଟିଲେଟରରେ ରହିଥିବା ଜଣାପଡିଛି । ଅଧିକ ପଢନ୍ତୁ...

କମୁନି ଗୁରୁତର କୋଭିଡ ରୋଗୀଙ୍କ ସଂଖ୍ୟ, ଏବେ ବି ଭେଣ୍ଟିଲେଟରରେ 413 ରୋଗୀ
କମୁନି ଗୁରୁତର କୋଭିଡ ରୋଗୀଙ୍କ ସଂଖ୍ୟ, ଏବେ ବି ଭେଣ୍ଟିଲେଟରରେ 413 ରୋଗୀ

By

Published : Jul 16, 2021, 10:49 PM IST

ଭୁବନେଶ୍ବର:ଦେଶରେ କୋରୋନାର ଦ୍ବିତୀୟ ଲହର ଧିରେ ଧିରେ ଥମୁଥିବାବେଳେ ଏବେ ତୃତୀୟ ଲହରଙ୍କୁ ନେଇ ବଢିବାରେ ଲାଗିଛି ଆଶଙ୍କା । ଏପଟେ ରାଜ୍ୟର କିଛି ସ୍ଥାନରେ ସ୍ଥିତି ଏଯାଏଁ ସୁଧୁରିନି । ରାଜ୍ୟରେ ଏବେ ମୋଟ ୨୦୨୫୫ ସକ୍ରିୟ ମାମଲା ରହିଛି । ଏବେ ବି ଓଡିଶାର 413 ରୋଗୀ ଭେଣ୍ଟିଲେଟରରେ ରହିଥିବା ଜଣାପଡିଛି ।

କମୁନି ଗୁରୁତର କୋଭିଡ ରୋଗୀଙ୍କ ସଂଖ୍ୟ, ଏବେ ବି ଭେଣ୍ଟିଲେଟରରେ 413 ରୋଗୀ

ସେହିପରି ଆଇସିୟୁରେ 35.61 ପ୍ରତିଶତ ଅର୍ଥାତ 1686 ରୋଗୀ ଥିବା ବେଳେ ଭେଣ୍ଟିଲେଟରରେ ରହିଛନ୍ତି 30.48 ପ୍ରତିଶତ ଅର୍ଥାତ 413 ରୋଗୀ । ଯେତେବେଳେ କି ଜେନେରାଲ ବେଡ଼ରେ ରହିଛନ୍ତି 1426 ରୋଗୀ ଅର୍ଥାତ 12.47 ପ୍ରତିଶତ ।

ଅନ୍ୟପକ୍ଷେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ 4884 ରୋଗୀ ରହିଥିବା ବେଳେ ହୋମ ଆଇସୋଲେସନରେ ରହିଛନ୍ତି 15371 ରୋଗୀ ।

ଦେଶରେ କୋରୋନା ସଂକ୍ରମିତ ୫ ରାଜ୍ୟ ମଧ୍ୟରେ ରହିଛି ଓଡିଶା । ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ କୋହଳ କରାଯାଇଥିଲେ ମଧ୍ୟ ଏବେ ବି କଟକଣା ଜାରି ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details