ଓଡିଶା

odisha

ETV Bharat / city

‘କାଳିଆ’ର ଲାଭ ନେଉଥିଲେ ଲକ୍ଷେରୁ ଉର୍ଦ୍ଧ୍ବ ଅଯୋଗ୍ୟ ହିତାଧିକାରୀ

ରାଜ୍ୟରେ 1, 04,076 ଜଣ କାଳିଆ ହିତାଧିକାରୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଅଧିକ ପଢନ୍ତୁ...

By

Published : Feb 24, 2021, 1:30 PM IST

Updated : Feb 24, 2021, 5:34 PM IST

କାଳିଆ ହିତାଧିକାରୀ
କାଳିଆ ହିତାଧିକାରୀ

ଭୁବନେଶ୍ବର:ରାଜ୍ୟରେ 1, 04,076 ଜଣ କାଳିଆ ହିତାଧିକାରୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ସେପଟେ ବର୍ତ୍ତମାନ ସୁଦ୍ଧା 56,14,707 ଜଣ ଯୋଗ୍ୟ ହିତାଧିକାରୀ ଅଛନ୍ତି । ଆଜି ବିଧାନସଭାରେ ଏପରି ତଥ୍ୟ ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।

‘କାଳିଆ’ର ଲାଭ ନେଉଥିଲେ ଲକ୍ଷେରୁ ଉର୍ଦ୍ଧ୍ବ ଅଯୋଗ୍ୟ ହିତାଧିକାରୀ

ସେହିପରି ଯେଉଁମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିନାହାନ୍ତି କାଳିଆ ୱେବ ପୋର୍ଟାଲରେ ଆବଶ୍ୟକ ଦସ୍ତାବିଜ ସହ ଅନଲାଇନରେ ଆବେଦନ କରିପାରିବେ ବୋଲି ସେ କହିଛନ୍ତି ।ସେପଟେ କାଳିଆ ଯୋଜନା ପାଇଁ ଯୋଗ୍ୟ ବିବେଚିତ ଚାଷୀଙ୍କ ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି । ଯୋଗ୍ୟ ଚାଷୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ ବ୍ୟବସ୍ଥା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ସେପଟେ କୃଷି ମନ୍ତ୍ରୀଙ୍କ କାଳିଆ ହିତାଧିକାରୀଙ୍କ ଉତ୍ତରକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି ଯୋଜନା ମଧ୍ୟମରେ ସରକାର ଭୋଟ ହାତେଇବା ପାଇଁ ବ୍ୟବହାର କରିଛି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 24, 2021, 5:34 PM IST

ABOUT THE AUTHOR

...view details