ଓଡିଶା

odisha

By

Published : Jun 25, 2021, 6:33 AM IST

ETV Bharat / city

ରାଜଧାନୀରେ ଦୈନିକ ୩୦ ହଜାର ଟୀକାକରଣ ଲକ୍ଷ

ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଟୀକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଦୈନିକ ୩୦ ହଜାର ଲୋକଙ୍କୁ ଟିକା ପ୍ରଦାନ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଟୀକାକରଣରେ ସାମିଲ କରାଯିବ । ଅଧିକ ପଢନ୍ତୁ...

ରାଜଧାନୀରେ ଦୈନିକ ୩୦ ହଜାର ଟୀକାକରଣ ଲକ୍ଷ
ରାଜଧାନୀରେ ଦୈନିକ ୩୦ ହଜାର ଟୀକାକରଣ ଲକ୍ଷ

ଭୁବନେଶ୍ବର: ରାଜଧାନୀରେ ବ୍ୟାପକ ହେଉଛି ଟୀକାକରଣ । ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଟୀକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ବରରେ ଦୈନିକ ୩୦ ହଜାର ଲୋକଙ୍କୁ ଟିକା ପ୍ରଦାନ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଟୀକାକରଣରେ ସାମିଲ କରାଯିବ ।

ରାଜଧାନୀରେ ଦୈନିକ ୩୦ ହଜାର ଟୀକାକରଣ ଲକ୍ଷ

ଆସନ୍ତା ଜୁଲାଇ ସୁଦ୍ଧା ଭୁବନେଶ୍ୱରରେ ସମସ୍ତଙ୍କୁ ଟିକା ମିଳିବ, ଅର୍ଥାତ ଜୁନ ପ୍ରଥମ ସପ୍ତାହ ସୁଦ୍ଧା ଭୁବନେଶ୍ୱରରେ ସତ ପ୍ରତିଶତ ଟୀକାକରଣ ହେବାର ଲକ୍ଷ ରଖିଛି ଭୁବନେଶ୍ୱର ମହାନଗର ନିଗମ । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ବିଏମସି କତ୍ତୃପକ୍ଷ । ଜୁନ ୨୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମୋଟ ୧୨ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ଡୋଜ ଦିଆଯାଇଛି । ୭ ଲକ୍ଷ ୯୦ ହଜାର ଡୋଜ ଦିଆଯାଇଥିବା ବେଳେ ୪ ଲକ୍ଷ ୫୦ ହଜାର ସେକେଣ୍ଡ ଡୋଜ ଦିଆଯାଇଛି । ଆଗକୁ ପ୍ରତ୍ୟେକ ଲୋକଙ୍କୁ ଟିକା ଦିଆଯିବ । ୧୮ ବର୍ଷରୁ ଉର୍ଦ୍ଧ୍ବ ପ୍ରତ୍ୟେକ ଲୋକଙ୍କୁ ଟିକା ଦିଆଯିବ ।ଭୁବନେଶ୍ୱରରେ ବର୍ତ୍ତମାନ କୋଭାକ୍ସିନ ଟିକା ଦିଆଯାଉଛି ।



ଏବେ ଭୁବନେଶ୍ୱରରେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଟୀକାକରଣ କେନ୍ଦ୍ରରେ ଟିକା ଦିଆଯାଉଛି । ୧୮ରୁ ୪୪ ବର୍ଷ ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଟୀକାକରଣ ସାମିଲ କରାଯାଇଛି । ବିଭିନ୍ନ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ର ବା ମୋବିଲାଇଜେସନ ସେଣ୍ଟରରେ ଟିକା ପ୍ରଦାନ କରାଯାଉଛି ।



ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details