ଓଡିଶା

odisha

ETV Bharat / city

ଫିଲ୍ମ ଦେଖା ହେଲା କାଳ, ଚୋରି ଟ୍ଯାବ ଧରାଇଦେଲା ଚୋର

ଚୋରି ଟ୍ୟାବରୁ ଆଲୁ ଅର୍ଜୁନ ଫିଲ୍ମ ଦେଖିବା ବେଳେ ଧରାପଡିଲେ ଚୋର । ଏମିତି ଫିଲ୍ମ ଷ୍ଟାଇଲରେ ୩ ଜଣ ଚୋରଙ୍କୁ ଧରିଛି କମିସନରେଟ ପୋଲିସ । ସେମାନଙ୍କ ଠାରୁ ଗୋଟିଏ ସାମସଙ୍ଗ ଟ୍ୟାବ ସୋନି ଲାଉଡ ସ୍ପିକର ଓ ୩ଟି ଗ୍ୟାସ ଟାଙ୍କି ଜବତ କରିଛି ।

By

Published : Jun 14, 2020, 10:58 PM IST

ଫିଲ୍ମ ଦେଖା ହେଲା କାଳ, ଚୋରି ଟ୍ଯାବ ଧରାଇଦେଲା ଚୋର
ଫିଲ୍ମ ଦେଖା ହେଲା କାଳ, ଚୋରି ଟ୍ଯାବ ଧରାଇଦେଲା ଚୋର

ଭୁବନେଶ୍ବର: ଫିଲ୍ମ ଦେଖା ହେଲା କାଳ,ଚୋରି ଟ୍ଯାବ ଧରାଇଦେଲା ଚୋର । ମହଙ୍ଗା ପଡିଲା ସଟଡାଉନ । ଘରୁ ନ ବାହାରି ଘରେ ଫିଲ୍ମ ଦେଖିବା ହେଲା କାଳ । କାରଣ ଚୋରି ଟ୍ୟାବକୁ ଆଲୁ ଅର୍ଜୁନ ଫିଲ୍ମ ଦେଖିବା ବେଳେ ଧରାପଡିଲେ ଚୋର । ଅର୍ଥାତ ଚୋରି ହୋଇଥିବା ଟ୍ୟାବକୁ ଅନ କରି ଫିଲ୍ମ ଦେଖିବା ବେଳେ ଲୋକେସନ ଟ୍ରେସ କରି କମିସନରେଟ ପୋଲିସ ଧରିଲା ଚୋର । ଏମିତି ଫିଲ୍ମ ଷ୍ଟାଇଲରେ ୩ ଜଣ ଚୋରଙ୍କୁ ଧରିଛି କମିସନରେଟ ପୋଲିସ । ସେମାନଙ୍କ ଠାରୁ ଗୋଟିଏ ସାମସଙ୍ଗ ଟ୍ୟାବ ସୋନି ଲାଉଡ ସ୍ପିକର ଓ ୩ଟି ଗ୍ୟାସ ଟାଙ୍କି ଜବତ କରିଛି ।

ସୂଚନା ମୁତାବକ ସିଆରପି ମୁଣ୍ଡାସାହିର ଅଭିଯୁକ୍ତ ସନ୍ତୋଷ ପ୍ରଧାନ,ଏସ କେ ଅବଦୁଲ କାଲାମ ଓ ମଶାଣି ସାହି ଖଣ୍ଡଗିରିର ପିଣ୍ଟନ ନାୟକ ନୟାପଲ୍ଲି ଅଂଚଳର ୟୁନିଟ ୮ ପାଇକ ନଗରର କାହ୍ନୁଚରଣ ନାୟକ ଙ୍କ ଘରୁ ଚୋରି କରିଥିଲେ ୩ଜଣ ଅଭିଯୁକ୍ତ । ତେବେ ଚୋରି ପରେ ଚୋରି ଟ୍ଯାବ ନେଇ ଘରେ ରଖିଥିଲେ । ତା ସହିତ ଚୋରି କରିଥିବା ସୋନିର ଏତେ ବଡ ସ୍ପିକର ଟେଷ୍ଟ ପରେ ଭଲ ସାଉଣ୍ଡ ହେବାରୁ ଟ୍ୟାବ ଅନ କରି ଫିଲ୍ମ ଦେଖିବେ ବୋଲି ଯୋଜନା କଲେ । ଆଉ ତେଲୁଗୁ ଆକ୍ସନ ହିରୋ ଆଲୁ ଅର୍ଜୁନର ଫିଲ୍ମ ଟ୍ୟାବ ଅନ କରି ଦେଖୁଥିଲେ ।ଆଉ ତାପରେ ଟ୍ୟାବର ଲୋକେସନ ଟ୍ରେସ ପରେ ନୟାପଲ୍ଲୀ ଥାନା ପୋଲିସ ମୁଣ୍ଡାସାହିରେ ଚଢାଉ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।ତେବେ ଗିରଫ ପରେ ଆପିସିର ଧାରା ୪୫୪,୩୮୦,୩୪ରେ କୋର୍ଟ ଚାଲାଣ କରିଛି।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details