ଓଡିଶା

odisha

ETV Bharat / city

ନାଟକ କହିଲା ‘ସତ୍କାର ହୋଇ ନଥିବା ଶବର କାହାଣୀ’ - ଅସୀମ ଉତ୍ସବ

ଅସୀମ ବସୁ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଉଦଘାଟିତ ହୋଇ ଯାଇଛି ଅସୀମ ଉତ୍ସବ। ଅଧିକ ପଢନ୍ତୁ...

ନାଟକ କହିଲା ସତ୍କାର ହୋଇ ନଥିବା ଶବର କାହାଣୀ
ନାଟକ କହିଲା ସତ୍କାର ହୋଇ ନଥିବା ଶବର କାହାଣୀ

By

Published : Mar 13, 2021, 7:57 AM IST

ଭୁବନେଶ୍ବର: ଅସୀମ ବସୁ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଉଦଘାଟିତ ହୋଇ ଯାଇଛି ଅସୀମ ଉତ୍ସବ। କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଉତ୍ତର ପୁରୁଷର କଳାକାରଙ୍କ ଦ୍ବାରା ପରିବେଷଣ କରାଯାଇଛି ନାଟକ ଶବ ବାହାକମାନେ । ଏଥିରେ ଗୋଟିଏ ସତ୍କାର ହୋଇ ନଥିବା ମୃତଦେହର କାହାଣୀ କୁହାଯାଇଛି ।

ନାଟକ କହିଲା ସତ୍କାର ହୋଇ ନଥିବା ଶବର କାହାଣୀ

ଦ୍ଵିତୀୟ ବିଶ୍ଵଯୁଦ୍ଧ ପରବର୍ତ୍ତୀ ସମୟରେ ଏପରି ଅନେକ ଲୋକ ମୃତ୍ୟୁ ବରଣ କରିଛନ୍ତି । ଯେଉଁମାନଙ୍କ ମୃତଦେହର ସତ୍କାର ହୋଇ ପାରି ନାହିଁ । ଏହାକୁ ଲକ୍ଷ୍ୟ କରି ସେହି ସମୟର ଜଣେ ବ୍ୟକ୍ତି କିପରି ନିଜ ମଲା ପରେ ସତ୍କାର ହୋଇ ପାରିବ ସେଥିପାଇଁ ମରିବା ପୂର୍ବରୁ ଯୋଜନାବଦ୍ଧ ଉପାୟ କରୁଛନ୍ତି, ତାହା ହିଁ କାହାଣୀର ବିଷୟବସ୍ତୁ ।

ଏହି ନାଟକଟିର ରଚନା ବିଶିଷ୍ଟ ନାଟ୍ୟକାର ସ୍ବର୍ଗତ ଡ଼ ବିଜୟ ମିଶ୍ର କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିଲେ ଯୁବ ନିର୍ଦେଶକ ଡ଼ ଚକ୍ରଧର ପାତ୍ର।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details