ଓଡିଶା

odisha

ବିଧାନସଭା ଘେରାଉ ସହ ଆକ୍ରୋଶ ଦିବସ ପାଳିବ ଯୁବ କଂଗ୍ରେସ

By

Published : Mar 15, 2021, 10:27 PM IST

ମାର୍ଚ୍ଚ ୨୫ ରେ ଯୁବ ଆକ୍ରୋଶ ସମାବେଶ ଓ ବିଧାନସଭା ଘେରାଉ କରିବ ଯୁବ କଂଗ୍ରେସ । ଅଧିକ ପଢନ୍ତୁ...

ବିଧାନସଭା ଘେରାଉ ସହ ଆକ୍ରୋଶ ଦିବସ  ପାଳିବ ଯୁବ କଂଗ୍ରେସ
ବିଧାନସଭା ଘେରାଉ ସହ ଆକ୍ରୋଶ ଦିବସ ପାଳିବ ଯୁବ କଂଗ୍ରେସ

ଭୁବନେଶ୍ବର: ମାର୍ଚ୍ଚ ୨୫ରେ ଯୁବ ଆକ୍ରୋଶ ସମାବେଶ ଓ ବିଧାନସଭା ଘେରାଉ କରିବ ଯୁବ କଂଗ୍ରେସ । ବିଜେଡ଼ି ନିରଂକୁଶ ଶାସନ କରୁଥିଲେ ମଧ୍ୟ ଯୁବକ ବର୍ଗ ପ୍ରତାରିତ ହୋଇଛନ୍ତି । ବିଜେଡି ବେକାରୀରେ ଏକ ନମ୍ବର । ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରୁନାହାନ୍ତି । ନିର୍ବାଚନବେଳେ ଭ୍ରମିତ କରନ୍ତି ନିର୍ବାଚନ ପରେ ପ୍ରତାରିତ କରନ୍ତି । ସରକାରୀ ଅର୍ଥରେ ,ସାଧାରଣ ଲୋକଙ୍କ ଟିକସ ଅର୍ଥକୁ ବିଜୁ ଯୁବବାହିନୀ ଗଢି ଯୁବଶକ୍ତିକୁ ନିର୍ବାଚନରେ ବ୍ୟବହାର କରିଥିଲେ ବୋଲି କଂଗ୍ରେସ କହିଛି ।

ବିଧାନସଭା ଘେରାଉ ସହ ଆକ୍ରୋଶ ଦିବସ ପାଳିବ ଯୁବ କଂଗ୍ରେସ

ପ୍ରଥମ ବର୍ଷ ୪୫୦ କୋଟି ୨ୟ ବର୍ଷ ୧୦୦୦ କୋଟି ଖର୍ଚ୍ଚ କଲେ । ସେତିକି ଅର୍ଥ ନୂତନ ନିଯୁକ୍ତି କିମ୍ବା ସ୍ବାବଲମ୍ବୀ ପାଇଁ ଖର୍ଚ୍ଚ କରିଥାନ୍ତେ ଯୁବ ବର୍ଗକୁ ସୁଫଳ ମିଳିଥାନ୍ତା ବୋଲି କହିଛି ଦଳ । ଏହାକୁ ନିନ୍ଦା କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ହେଉଥିବାବେଳ ବିଜେଡି ସୁପ୍ରିମୋ ଚୁପ କାହିଁକି ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ । ବିଜେଡି ଠିକା ନିଯୁକ୍ତି ଦେଇ ପ୍ରତାରିତ କରିଛି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି ଠିକା ନିଯୁକ୍ତି ଦେଇ ଛଟେଇ ଆଦି ବିରୋଧରେ ଯୁବ ଆକ୍ରୋଶ ସମାବେଶ ଆସନ୍ତା ୨୫ ତାରିଖରେ ବିଧାନସଭା ସମ୍ମୁଖରେ ଆୟୋଜିତ ହେବା ନେଇ ଦଳ କହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details