ଓଡିଶା

odisha

By

Published : Apr 11, 2021, 10:59 PM IST

ETV Bharat / city

ଆହାର କେନ୍ଦ୍ର ସଫଳତାର ମୁଖ୍ୟ ଆଧାର ମିଶନ ଶକ୍ତିର ମହିଳା ଗୋଷ୍ଠୀ

ରାଜ୍ୟରେ ଥିବା ଆହାର କେନ୍ଦ୍ର ଗୁଡିକରେ ସୁପରିଚାଳନା କରୁଛନ୍ତି ମିଶନ ଶକ୍ତି ମିହିଳା ଗୋଷ୍ଠୀ । ନିଜେ ସ୍ବାବଲମ୍ବୀ ହେବା ସହ କୋଭିଡ ସମୟରେ ଯୋଗାଇଛନ୍ତି ଗରିବ ମୁହଁରେ ଦାନା । ଅଧିକ ପଢନ୍ତୁ....

ଆହାର କେନ୍ଦ୍ର ସଫଳତାର ମୁଖ୍ୟ ଆଧାର ମିଶନଶକ୍ତିର ମହିଳା ଗୋଷ୍ଠୀ
ଆହାର କେନ୍ଦ୍ର ସଫଳତାର ମୁଖ୍ୟ ଆଧାର ମିଶନଶକ୍ତିର ମହିଳା ଗୋଷ୍ଠୀଆହାର କେନ୍ଦ୍ର ସଫଳତାର ମୁଖ୍ୟ ଆଧାର ମିଶନଶକ୍ତିର ମହିଳା ଗୋଷ୍ଠୀ

ଭୁବନେଶ୍ବର : ରାଜ୍ୟରେ ଥିବା ଆହାର କେନ୍ଦ୍ର ଗୁଡିକର ବଳ ପାଲଟିଛନ୍ତି ମିଶନ ଶକ୍ତିର ମହିଳା ଗୋଷ୍ଠୀ । ମହିଳା ଗୋଷ୍ଠୀର ସଫଳ ପରିଚାଳନା ଓ ସହଯୋଗ ଲାଗି ସହରାଚଞ୍ଚଳର ଆହର କେନ୍ଦ୍ରଗୁଡିକ ଏବେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛି । ମହିଳାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସବୁ କ୍ଷେତ୍ରରେ ସେମାନଙ୍କୁ ସହଭାଗୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ବରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସେମାନଙ୍କୁ ସାମିଲ କରାଯାଇଛି । ଯାହାର ସୁଫଳ ଏବେ ରାଜ୍ୟବାସୀ ପାଉଛନ୍ତି ।

ଆହାର କେନ୍ଦ୍ର ସଫଳତାର ମୁଖ୍ୟ ଆଧାର ମିଶନ ଶକ୍ତିର ମହିଳା ଗୋଷ୍ଠୀ

ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ୧୬୬ଟି ଆହାର କେନ୍ଦ୍ରର ପରିଚାଳନାରେ ୧୫୭ ମିଶନ ଶକ୍ତି ଗୋଷ୍ଠୀର ୨୦୦୦ ରୁ ଅଧିକ ସଦସ୍ୟା ନିୟୋଜିତ ହୋଇଛନ୍ତି । ୨୦୨୦ ନଭେମ୍ବର ମାସରୁ ଏହି ମହିଳମାନେ ସଫଳତାର ସହ ଆହାର କେନ୍ଦ୍ର ପରିଚାଳନା କରୁଛନ୍ତି । ୧୫୭ଟି ମିଶନ ଶକ୍ତି ଗୋଷ୍ଠୀକୁ ଆହାର କେନ୍ଦ୍ରଗୁଡିକରେ ସେବା ଯୋଗାଇବା ଓ ତଦାରଖ ବାବଦରେ 1 କୋଟି ୧୫ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଏହି କେନ୍ଦ୍ରରେ ମହିଳା ଗୋଷ୍ଠୀଙ୍କୁ ନିୟୋଜିତ କରାଯିବା ଫଳରେ ଖାଦ୍ୟ ବିତରଣ ଠାରୁ ଆରମ୍ଭକରି ଶାନ୍ତିଶୃଙ୍ଖଳା ରକ୍ଷା, ପରିଷ୍କାର ପରିଚ୍ଛନ୍ନତା ଆଦି ଠିକଣା ଭାବେ ପରିଚାଳନା କରାଯାଇ ପାରୁଛି ।

ବିଶେଷକରି କୋଭିଡ଼ - ୧୯ ମହାମାରୀ ସମୟରେ ମହିଳାଙ୍କ ସଫଳ ପରିଚାଳନା ଯୋଗୁଁ ଆହାର କେନ୍ଦ୍ରଗୁଡିକ ଅସହାୟମାନଙ୍କୁ ଖାଦ୍ୟ ଯୋଗାଇବାରେ ସଫଳ ହୋଇଛି । କେବଳ ଆହାର କେନ୍ଦ୍ର ନୁହେଁ ମହିଳାଙ୍କ ସଫଳ ପରିଚାଳନାକୁ ଦେଖି ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀଗୁଡିକର ପରିଚାଳନା ଦାୟିତ୍ୱ ବି ଗୃହ ଏବଂ ନଗର ଉନ୍ନୟନ ବିଭାଗ ମହିଳା ଗୋଷ୍ଠୀଙ୍କ ହାତରେ ନ୍ୟସ୍ତ କରିଛନ୍ତି।ବର୍ତ୍ତମାନ ସୁଦ୍ଧା ୩ଟି ମିଶନଶକ୍ତ ଗୋଷ୍ଠିକୁ ବାଲେଶ୍ବରର ମା ' ଦୁର୍ଗା, ନବରଙ୍ଗପୁରର ଶ୍ରୀ ସାଈ ଏବଂ ରାୟଗଡାର ସଂସ୍କୃତ ମିଶନ ଶକ୍ତି ଗୋଷ୍ଠୀଙ୍କୁ ସହରାଞ୍ଚଳର ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ ପରିଚାଳନା ଦାୟିତ୍ବ ଦିଆଯାଇଛି । ଏହାର ସଫଳ ପରିଚାଳନା ପାଇଁ ମୋଟ ଖର୍ଚ୍ଚ ହେଉଥିବା ଅର୍ଥର ୧୦ ପ୍ରତିଶତ ମିଶନ ଶକ୍ତି ଗୋଷ୍ଠୀକୁ ମିଳୁଛି । କେବଳ ଏହି 2ଟିରେ ମିଶନଶକ୍ତିର ମହିଳାଗୋଷ୍ଠୀ ନିଜର ସଫଳତାର ପ୍ରମାଣ ଦେଇନାହାନ୍ତି । ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଜଳଯୋଗାଣଠାରୁ ଆରମ୍ଭ କରି ପରିମଳ ଓ ଟ୍ରାଫିକ ନିୟନ୍ତ୍ରଣ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ଆତ୍ମନିର୍ଭର ହୋଇ ପାରୁଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details