ଓଡିଶା

odisha

By

Published : Mar 25, 2021, 6:53 PM IST

ETV Bharat / city

ଆରମ୍ଭ ହେବାକୁ ଯାଉଛି ୱେବ୍‌ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରୀ’

ଆରମ୍ଭ ହେବାକୁ ଯାଉଛି ୱେବ୍‌ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରୀ’ । ଅଧିକ ପଢନ୍ତୁ...

ଆରମ୍ଭ ହେବାକୁ ଯାଉଛି  ୱେବ୍‌ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’
ଆରମ୍ଭ ହେବାକୁ ଯାଉଛି ୱେଆରମ୍ଭ ହେବାକୁ ଯାଉଛି ୱେବ୍‌ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ବ୍‌ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’

ଭୁବନେଶ୍ବର: ଆରମ୍ଭ ହେବାକୁ ଯାଉଛି ୱେବ୍‌ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରୀ’ । ଟିମ ଓଡ଼ିଶା ଲାଇଭ୍‌ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଏହି କାର୍ଯ୍ୟକ୍ରମର ଉପସ୍ଥାପକ ରହିବେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ । ଦେଶ ବିଦେଶରେ ନାଁ କରିଥିବା ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସ୍ବପ୍ନ, ସଂଘର୍ଷ ଓ ସଫଳତାର କଥା ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇବ ।

ଏହି କ୍ରମରେ ପ୍ରତି ମାସ ୧ ତାରିଖରେ ପ୍ରସାରିତ ହେବ ଜଣେ ଜଣେ ସଫଳ ଓଡ଼ିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାଙ୍କ ସହ ସାକ୍ଷାତକାର । ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏହି ସାକ୍ଷାତକାର ନେବେ । ଏହି କାର୍ଯ୍ୟକ୍ରମ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ କମ୍ପାନୀ, ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗ ବିକାଶରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ସୂଚନା ଓ ପ୍ରେରଣା ହେବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details