ଓଡିଶା

odisha

ETV Bharat / city

ପ୍ରଦୀପ ପାଣିଗ୍ରାହୀ ମାମଲାର ତଦନ୍ତ କରିବ ଭିଜିଲାନ୍ସ, ଦୁଇ ମାସରେ ଦାଖଲ ହେବ ରିପୋର୍ଟ - Pradeep Panigrahi case latest news

ଭିଜିଲାନ୍ସ ହାତକୁ ଗଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା। ଏଣିକି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ ବିଭାଗ। ଅଧିକ ପଢ଼ନ୍ତୁ...

The Vigilance Department will investigate gopalpur mla Pradeep Panigrahi case
ପ୍ରଦୀପ ପାଣିଗ୍ରାହୀ ମାମଲାର ତଦନ୍ତ କରିବ ଭିଜିଲାନ୍ସ, ଦୁଇ ମାସରେ ଦାଖଲ ହେବ ରିପୋର୍ଟ

By

Published : Dec 11, 2020, 6:16 PM IST

Updated : Dec 11, 2020, 6:33 PM IST

ଭୁବନେଶ୍ବର: ଭିଜିଲାନ୍ସ ହାତକୁ ଗଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା। ଏଣିକି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ । ବିଧାୟକଙ୍କ ବିରୋଧରେ ହୋଇଥିବା ମାମଲାର ତଦନ୍ତ କରି ଦୁଇ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଏହାକୁ ନେଇ ଲୋକାୟୁକ୍ତଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।

ଲୋକାୟୁକ୍ତଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଗତ ଡିସେମ୍ବର 9 ତାରିଖରେ ଭିଜିଲାନ୍ସ ବିଭାଗ ଏସପି ରଞ୍ଜନ କୁମାର ଦାଶ ଏକ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟ ଅନୁଯାୟୀ ବିଧାୟକ ଦୁର୍ନିତୀଗ୍ରସ୍ତ ଥିବା ନେଇ ଗୁପ୍ତ ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟ ଅନୁଯାୟୀ ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ପଦବୀର ଅପବ୍ୟବହାର କରି ବହୁ ସମ୍ପତ୍ତି ହଡ଼ପ କରିଛନ୍ତି। ଏଥିପାଇଁ ଓଡ଼ିଶା ଲୋକାୟୁକ୍ତ ଧାରା 2014 ଅନୁଯାୟୀ ଭିଜିଲାନ୍ସ ବିଭାଗକୁ ବିଧାୟକଙ୍କ ବିରୋଧରେ ପ୍ରଥମିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଲୋକାୟୁକ୍ତ ଧାରା 2014ର ଅଧିନିୟମ 20(2) ଅନୁଯାୟୀ ଏହି ତଦନ୍ତ କରାଯିବ। ଏହି ତଦନ୍ତ ରିପୋର୍ଟ ଦୁଇମାସ ମଧ୍ୟରେ ଲୋକାୟୁକ୍ତଙ୍କ ପାଖରେ ଦାଖଲ କରିବ ଭିଜିଲାନ୍ସ ବିଭାଗ। ଏଥିପାଇଁ ତାରିଖ ମଧ୍ୟ ଧାର୍ଯ୍ୟ କରିଛି ଲୋକାୟୁକ୍ତ। 2021 ମସିହା ଜାନୁଆରୀ 12 ତାରିଖ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବ ଭିଜିଲାନ୍ସ ବିଭାଗ।

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇପିଏଲ ଅଭୟକାନ୍ତ ପାଠକଙ୍କ ସହ ଲିଙ୍କ ଥିବା ନେଇ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ। ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ସହ ବିଧାୟକଙ୍କ ଝିଅ ବାହାଘର ସ୍ଥିର ହୋଇଥିଲା। ତେବେ ଜ୍ବାଇଁ ଟାଟା କମ୍ପାନୀରେ ଚାକିରୀ କରୁଛନ୍ତି ଓ ସେହି କମ୍ପାନୀରେ ଚାକିରୀ ଦେବା ନାଁରେ ଅନୁକମ୍ପା ଦେଖାଇ ବିଧାୟକ ଲୋକଙ୍କ ଟଙ୍କା ହରିଲୁଟ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବାସଭବନରୁ ତାଙ୍କୁ ଉଠାଇ ନେଇଥିଲା ଭିଜିଲାନ୍ସ ବିଭାଗ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Dec 11, 2020, 6:33 PM IST

ABOUT THE AUTHOR

...view details