ଭୁବନେଶ୍ବର: କୋରୋନାକୁ ନେଇ ଓଡ଼ିଶା ସରକାର 48 ଘଣ୍ଟିଆ ସଟଡାଉନ ଘୋଷଣା କରିଥିଲେ ସୁଦ୍ଧା ଏହି ନିୟମକୁ ମାନି ନ ଥିଲେ କିଛି ଯୁବପିଢି । ଫଳରେ ସେମାନଙ୍କୁ ପୋଲିସ ଆଣି କ୍ବାରେଣ୍ଟାଇନରେ ରଖିଥିଲା । ତଥାପି ସେମାନେ ସେଠାରେ ପାଟିତୁଣ୍ଡ କରି ବିଶୃଙ୍ଖଳା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି ।
କ୍ବାରେଣ୍ଟାଇନରେ ଥିବା ବେଳେ ଏକାଠି ହୋହାହ୍ଲା ଭିଡିଓ ହେଲା ଭାଇରାଲ - The video of shouting together
48 ଘଣ୍ଟିଆ ସଟଡାଉନ ପରେ ବି ନିୟମକୁ ମାନିଲେନି କିଛି ଯୁବ ପିଢି । ପୋଲିସ ତାଙ୍କୁ ଆଣି କ୍ବାରେଣ୍ଟାଇନରେ ରଖିବା ପରେ ବି ପାଟିତୁଣ୍ଡ କରି ବିଶୃଙ୍ଖଳା ସୃଷ୍ଟି କରୁଥିବା ଭିଡିଓ ହେଲା ଭାଇରାଲ । ଅଧିକ ପଡନ୍ତୁ...
![କ୍ବାରେଣ୍ଟାଇନରେ ଥିବା ବେଳେ ଏକାଠି ହୋହାହ୍ଲା ଭିଡିଓ ହେଲା ଭାଇରାଲ The video of shouting together went viral while in quarantine](https://etvbharatimages.akamaized.net/etvbharat/prod-images/768-512-6662955-thumbnail-3x2-bbsr.jpg)
କ୍ବାରେଣ୍ଟାଇନରେ ଥିବା ବେଳେ ଏକାଠି ହୋହାହ୍ଲା ଭିଡିଓ ହେଲା ଭାଇରାଲ
କ୍ବାରେଣ୍ଟାଇନରେ ଥିବା ବେଳେ ଏକାଠି ହୋହାହ୍ଲା ଭିଡିଓ ହେଲା ଭାଇରାଲ
ସାରା ବିଶ୍ବରେ କୋରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହେଉଥିବା ବେଳେ ଏଠାରେ କିନ୍ତୁ କିଛି ଲୋକ ନିୟମକୁ ଉଲଘଂନ କରୁଛନ୍ତି । ସମସ୍ତଙ୍କୁ ଘରେ ରହିବା ପାଇଁ ବାରମ୍ବାର ସଚେତନ କରାଯାଉଥିବା ବେଳେ କିଛି ଲୋକ ଏହାକୁ ଫୁ କରି ଉଡେଇଦେଇଛନ୍ତି । ତେବେ ନିୟମ ଉଲଘଂନକାରୀଙ୍କୁ 14 ଦିନିଆ ଓୟୁଏଟିରେ ଏକ ହଷ୍ଟେଲରେ କ୍ବାରେଣ୍ଟାଇନରେ ରଖାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ