ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଲକଡାଉନରେ ଦୁଷ୍କର୍ମ କରିଥିବା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କ ବିରୋଧରେ ମହିଳା କମିଶନଙ୍କ ନିକଟରେ ଅଭିଯୋଗ ଆଣିଲେ ପୀଡିତା । 15 ଦିନ ଭିତରେ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ । ଏଥିସହ ଉକ୍ତ ସଂସ୍ଥାର ଏମଡ଼ିଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ମହିଳା କମିଶନଙ୍କ ନିକଟରେ ଦାବି କରିଛନ୍ତି ପୀଡିତାଙ୍କ ଓକିଲ ।
ମହିଳା କମିଶନଙ୍କୁ ଭେଟିଲେ ପୀଡିତା ଓ ତାଙ୍କ ଓକିଲ, ଡିସିପିଙ୍କୁ 15 ଦିନରେ ରିପୋର୍ଟ ନିର୍ଦ୍ଦେଶ ସେପଟେ ଘଟଣାକୁ ଅତି ଗୁରୁତର ଭାବେ ନିଆଯିବା ସହ 15 ଦିନ ଡିସିପିଙ୍କୁ ସମୟ ଦିଆଯାଇଛି । ସଠିକ ତଦନ୍ତ କରାଯିବ। ତଦନ୍ତ ବେଳେ ଯାହା କିଛି ପ୍ରମାଣ ଦିଆଯାଇଛି ସେସବୁର ଠିକ ତଦନ୍ତ କରିବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମହିଳା କମିଶନ ମିନତୀ ବେହେରା କହିଛନ୍ତି ।
ସେପଟେ ମହିଳା କମିଶନଙ୍କୁ ଭେଟିଛନ୍ତି ପୀଡିତାଙ୍କ ଓକିଲ । ନିର୍ଦ୍ଦିଷ୍ଟ ଏକ ଗଣମାଧ୍ୟମ ସଂସ୍ଥାର 4 ଜଣ କର୍ମଚାରୀ ସାମିଲ ଅଛନ୍ତି । ଘଟଣାକୁ ନେଇ ପ୍ରଥମେ ପୀଡିତାଙ୍କ ମାଆ ଗଣମାଧ୍ୟମର ଏମଡିଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଏମଡ଼ି ଘଟଣାକୁ ଜାଣିଶୁଣି ଚାପିବାକୁ ଉଦ୍ୟମ କରିଥିଲେ । ଏପରିକି ପୀଡିତାଙ୍କ ମାଆ ମିଛ କହୁଛନ୍ତି ବୋଲି ନ୍ୟୁଜ ଚାନେଲରେ ପ୍ରସାରଣ କରାଯାଇଥିଲା । ତେଣୁ ଏମଡ଼ିଙ୍କୁ ମାମଲାରେ ତଦନ୍ତ ପରିସରଭୁକ୍ତ କରାଯାଉ । ଏମଡ଼ି ଓ ପୀଡିତାଙ୍କର ମାଆ ଯେଉଁ ଫୋନ ମାଧ୍ୟମରେ ବାର୍ତ୍ତଳାପ ହୋଇଛି, ସେ ସମସ୍ତ ଫୋନ ରେକର୍ଡ ମହିଳା କମିଶନଙ୍କୁ ଦିଆଯାଇଛି ବୋଲି ପୀଡିତାଙ୍କ ଓକିଲ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ