ଭୁବନେଶ୍ବର: ଜାନୁଆରୀ 10 ସୁଦ୍ଧା ଶେଷ ହେବ ଟୀକାକରଣ ପ୍ରସ୍ତୁତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ ଏହା ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ଆମକୁ ଟୀକାକରଣ ପାଇଁ ପ୍ରସ୍ତୁତ ରହିବାକୁ ଚିଠି ଲେଖିଛନ୍ତି। ଖୁବ୍ ଶୀଘ୍ର ଓଡିଶାକୁ ଟୀକା ଆସିବ ବୋଲି ସେଥିରେ ଉଲ୍ଲେଖ ରହିଛି। ମାତ୍ର ନିର୍ଦ୍ଦିଷ୍ଟ ତାରିଖ ଦିଆ ଯାଇନାହିଁ।
ଜାନୁଆରୀ 10 ସୁଦ୍ଧା ସରିବ ଟୀକାକରଣ ପ୍ରସ୍ତୁତି ପ୍ରକ୍ରିୟା - ଟୀକାକରଣ
ଜାନୁଆରୀ 10 ସୁଦ୍ଧା ଶେଷ ହେବ ଟୀକାକରଣ ପ୍ରସ୍ତୁତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ...
![ଜାନୁଆରୀ 10 ସୁଦ୍ଧା ସରିବ ଟୀକାକରଣ ପ୍ରସ୍ତୁତି ପ୍ରକ୍ରିୟା ଟୀକାକରଣ ପ୍ରସ୍ତୁତି ପ୍ରକ୍ରିୟା](https://etvbharatimages.akamaized.net/etvbharat/prod-images/768-512-10136326-30-10136326-1609914187747.jpg)
ଟୀକାକରଣ ପ୍ରସ୍ତୁତି ପ୍ରକ୍ରିୟା
ଜାନୁଆରୀ 10 ସୁଦ୍ଧା ସରିବ ଟୀକାକରଣ ପ୍ରସ୍ତୁତି ପ୍ରକ୍ରିୟା
ଏହାସହ ପ୍ରସ୍ତୁତ ଥିବା ସେ କହିଛନ୍ତି । ଟୀକା ପ୍ରସ୍ତୁତ କରୁଥିବା କମ୍ପାନୀ ପାଖରୁ ସିଧାସଳଖ ଟୀକା ଆସିବ। ଆସିବା ପରେ ଭୁବନେଶ୍ବରରେ ଥିବା State Vaccine Storeରେ ରଖାଯିବ। ଏହାପରେ ଜିଲ୍ଲାକୁ ପଠାଯିବ। ଜିଲ୍ଲାରେ ଥିବା District Vaccine Storeରେ ଟୀକା ସଂରକ୍ଷଣ କରାଯିବ । ଯାହା ବି ସରଞ୍ଜାମ ଅଛି ତାହା ଟୀକାକରଣ ପାଇଁ ଯଥେଷ୍ଟ। ଆମେ ଡାଟାବେଶ ଅନୁସାରେ ଟୀକା ମାଗିଛୁ। ସେମାନେ ନିଷ୍ପତ୍ତି ନେବେ ଯେ କେତେ ପଠେଇବେ ଓ କେଉଁଠି ଟୀକାକରଣ ହେବ । ଜିଲ୍ଲାପାଳମାନେ 8 ତାରିଖ ସୁଦ୍ଧା ରିପୋର୍ଟ ଦେବେ। ସବୁ ପ୍ରକ୍ରିୟା 10 ତାରିଖ ସୁଦ୍ଧା ସରିବ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ