ଓଡିଶା

odisha

ETV Bharat / city

ଆରଟିଓ ଅଫିସରେ ଅଚଳ ମେସିନ, ମନେପଡିଲେ ଦଲାଲ - ଦଲାଲ ମୁକ୍ତ

ଆରଟିଓ ଅଫିସକୁ ଦଲାଲ ମୁକ୍ତ କରିବା ପାଇଁ ମେସିନ ଲଗାଇଥିଲେ ସରକାର । ଏବେ କିନ୍ତୁ ଅଚଳ ହୋଇ ପଡିଛି ରାଜଧାନୀ ଆରଟିଓ ଅଫିସର ଫର୍ମପୂରଣ ମେସିନ । କିନ୍ତୁ ଏବେ ପୁଣି ଦଲାଲଙ୍କୁ ଖୋଜୁଛନ୍ତି ଲେକେ । ଅଧିକ ପଢ଼ନ୍ତୁ...

ଡିଜାଇନ ଫଟୋ

By

Published : Sep 30, 2019, 10:28 PM IST

ଭୁବନେଶ୍ବର: ସରକାର ରାଜ୍ୟର ସମସ୍ତ ଆରଟିଓ ଅଫିସକୁ ଦଲାଲମୁକ୍ତ କରିବା ନେଇ ଅଭିଯାନ ଚଳାଇଛନ୍ତି । କିନ୍ତୁ ଏବେବି ଦଲାଲଙ୍କୁ ଭରସା କରୁଛନ୍ତି ଲୋକେ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆରଟିଓ ଅଫିସ ଆସିଥିବା ବ୍ୟକ୍ତି ।

ଲୋକଙ୍କ ଭରସା ଦଲାଲଙ୍କ ଉପରେ

‘‘ଦଲାଲ ମାନେ ଥିଲେ ସେମାନେ ସବୁ କାମ କରି ଦେଉଥିଲେ। ସମାନ ପଇସା ନେଉଥିଲେ ।’’ ଏପରି କହିଛନ୍ତି ଅନଲାଇନ ଫର୍ମ ପୂରଣ ପାଇଁ ଆରଟିଓ ଅଫିସ ଆସିଥିବା ଜଣେ ବ୍ୟକ୍ତି । ଦଲାଲ ଦମନ ପାଇଁ ଅନଲାଇନ ଫର୍ମ ପୂରଣ ପାଇଁ ଆରଟିଓ ଅଫିସରେ ଲାଗିଥିବା ମେସିନ ଅଚଳ ହେବା ପରେ ଏପରି ଅଭିଯୋଗ କରୁଛନ୍ତି ଲୋକେ ।

ସାଧାରଣ ଲୋକେ ଦଲାଲ ମାନଙ୍କ ହାବୁଡ଼ରେ ପଡି ଅନେକ ହଇରାଣ ହେଉଥିଲେ । 200 ଟଙ୍କା ସ୍ଥାନରେ ଲୋକଙ୍କ ଠାରୁ 800ରୁ ଉର୍ଦ୍ଧ୍ବ ଟଙ୍କା ନେଉଥିଲେ ଦଲାଲ। କିନ୍ତୁ ଆରଟିଓ ଅଫିସରେ ଅନଲାଇନ ଫର୍ମ ପୂରଣ ଲାଗିଥିବା ମେସିନ ଖରାପ ହେବା ସହ ଅନଲାଇନ ଫର୍ମ ପୂରଣ ପାଇଁ ମଧ୍ୟ ଅନେକ ହଇରାଣ ହେଉଥିବା ଅଭିଯୋଗ କରୁଛନ୍ତି ଲୋକେ । ସେପଟେ ଦଲାଲ ମାନେ ସୁରୁଖୁରରେ କାମ କରାଇ ଦେଉଥିବା କହିଛନ୍ତି ସେମାନେ । ତେବେ କେବେ ପ୍ରଶାସନ ଏହା ଉପରେ ଧ୍ୟାନ ଦେବ ଓ ମେସିନି ଗୁଡିକ ପୁନଃକାର୍ଯ୍ୟକାରୀ କରି ଲୋକଙ୍କୁ ସୁବିଧା ଯୋଗାଇ ଦେବ ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details