ଭୁବନେଶ୍ବର: କୋଭିଡର ବୃଦ୍ଧି ଏବଂ ଯାତ୍ରୀଙ୍କ ସ୍ୱଳ୍ପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ରାଜ୍ୟ ଭିତରେ ତିନୋଟି ସ୍ୱତନ୍ତ୍ର ଟ୍ରେନକୁ ବାତିଲ କଲା ପୂର୍ବତଟ ରେଲୱେ । ରାଜ୍ୟ ଭିତରେ ଜରୁରୀକାଳୀନ ଯାତାୟତ ଏବଂ ଲକ୍ଡାଉନ ସମୟରେ ଅଟକି ରହିଯାଇଥିବା ଯାତ୍ରୀମାନଙ୍କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ରାଜ୍ୟ ମଧ୍ୟରେ ସ୍ୱତନ୍ତ୍ର ରେଳସେବା ଆରମ୍ଭ କରାଯାଇଥିଲା । ତେବେ ଦିନକୁ ଦିନ କୋଭିଡ-୧୯ ପଜିଟିଭ୍ କେସ୍ର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ତିନୋଟି ଟ୍ରେନକୁ ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି ।
ସୂଚନା ଥାଉକି ରାଜ୍ୟ ଭିତରେ ଜରୁରୀକାଳୀନ ଯାତାୟତ ଏବଂ ଲକ୍ଡାଉନ ସମୟରେ ଅଟକି ରହିଯାଇଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଜୁନ ୮ ତାରିଖରୁ ୩୦ ତାରିଖ ମଧ୍ୟରେ ରାଜ୍ୟ ମଧ୍ୟରେ ସ୍ୱତନ୍ତ୍ର ରେଳସେବା ଆରମ୍ଭ କରାଯାଇଥିଲା ।
ରାଜ୍ୟ ଭିତରେ ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ଅତ୍ୟନ୍ତ ସ୍ୱଳ୍ପ ପୃଷ୍ଠପୋଷକତା ଅର୍ଥାତ୍ ବହୁତ କମ୍ ଯାତ୍ରୀଙ୍କୁ ନେଇ ଚଳାଚଳ କରୁଛି । ଏଥିନିମନ୍ତେ ରାଜ୍ୟ ଭିତରେ ଥିବା ତିନୋଟି ମାର୍ଗରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ରେଳସେବାକୁ ବାତିଲ କରାଯିବାକୁ ନିଷ୍ପତି ନିଆଯାଇଛି । ପରେ ଏହି ରେଳସେବାକୁ ଜୁଲାଇ ମାସ ୧ ତାରିଖରୁ ୩୧ ତାରିଖକୁ ବୃଦ୍ଧି କରାଯାଇଥିଲା । ଯାତ୍ରୀ ପରିବହନ ପରିଚାଳନାକୁ ସମୀକ୍ଷା କରି ଏବଂ କୋଭିଡ-୧୯ ପଜିଟିଭ୍ କେସ୍ର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହା ଦେଖାଗଲା ଯେ ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ଅତ୍ୟନ୍ତ ସ୍ୱଳ୍ପ ପୃଷ୍ଠପୋଷକତା ଅର୍ଥାତ୍ ବହୁତ କମ୍ ଯାତ୍ରୀଙ୍କୁ ନେଇ ଚଳାଚଳ କରୁଛି ।