ଭୁବନେଶ୍ବର: ଜମି କିଣାବିକାରେ ଅହେତୁକ ଅନୁକମ୍ପା ଦେଖାଇ ଚାକିରୀରୁ ନିଲମ୍ବିତ ହେଲେ ତହସିଲଦାର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡା ନିଜ କ୍ଷମତାର ଅପବ୍ୟବହାର କରି ଜମି କିଣାବିକାରେ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଜଣା ପଡିଛି । ତାଙ୍କୁ ରାଜସ୍ବ ବିଭାଗ ନିଲମ୍ବିତ କରିଥିବା ସୂଚନା ମିଳିଛି ।
ଜମି କିଣାବିକାରେ ଅନୁକମ୍ପା ଦେଖାଇ ନିଲମ୍ବିତ ହେଲେ ତହସିଲଦାର - ବେଗୁନିଆ ତହସିଲଦାର ନିଲମ୍ବିତ
ଜମି କିଣାବିକାରେ ଅହେତୁକ ଅନୁକମ୍ପା ଦେଖାଇବା ଅଭିଯୋଗରେ ବେଗୁନିଆ ତହସିଲଦାର ନିଲମ୍ବିତ । ପଢନ୍ତୁ ଅଧିକ.....
ଜମି କିଣାବିକାରେ ଅନୁକମ୍ପା ଦେଖାଇ ନିଲମ୍ବିତ ହେଲେ ତହସିଲଦାର
ସେ ଏବେ କଟକ ଉପଜିଲ୍ଲାପାଳ ଅଫିସରେ ଡେପୁଟି କଲେକ୍ଟର ଭାବେ ଦାୟିତ୍ବରେ ଅଛନ୍ତି । ତେବେ ନିଲମ୍ବିତ ହେବାପରେ ସେ ସବ କଲେକ୍ଟର ଅଫିସରେ ରହିବେ ଓ ବିନା ଅନୁମତିରେ ଛୁଟିରେ ଯାଇ ପାରିବେ ନାହିଁ ବୋଲି ବିଭାଗ ପକ୍ଷରୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ