ଓଡିଶା

odisha

ETV Bharat / city

କୋଭିଡ ପରିଚାଳନା ପାଇଁ ଗଠନ ହେଲା ଟିମ, 7 ମେଡିକାଲ କଲେଜକୁ ଜିଲ୍ଲା ଓ୍ବାରି ଦାୟିତ୍ବ - ରାଜ୍ୟରେ କୋଭିଡ ଅପଡେଟ

ରାଜ୍ୟରେ କରୋନା ସଂକ୍ରମଣ ଓ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ତଦାରଖ ପାଇଁ ଗଠନ ହେଲା ଟିମ । ଅଧିକ ପଢନ୍ତୁ...

କୋଭିଡ ପରିଚାଳନା ପାଇଁ ଗଠନ ହେଲା ଟିମ, 7 ମେଡିକାଲ କଲେଜକୁ ଜିଲ୍ଲା ଓ୍ବାରୀ ଦାୟୀତ୍ବ
କୋଭିଡ ପରିଚାଳନା ପାଇଁ ଗଠନ ହେଲା ଟିମ, 7 ମେଡିକାଲ କଲେଜକୁ ଜିଲ୍ଲା ଓ୍ବାରୀ ଦାୟୀତ୍ବକୋଭିଡ ପରିଚାଳନା ପାଇଁ ଗଠନ ହେଲା ଟିମ, 7 ମେଡିକାଲ କଲେଜକୁ ଜିଲ୍ଲା ଓ୍ବାରୀ ଦାୟୀତ୍ବକୋଭିଡ ପରିଚାଳନା ପାଇଁ ଗଠନ ହେଲା ଟିମ, 7 ମେଡିକାଲ କଲେଜକୁ ଜିଲ୍ଲା ଓ୍ବାରୀ ଦାୟୀତ୍ବ

By

Published : Apr 18, 2021, 10:29 PM IST

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଓ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ତଦାରଖ ପାଇଁ ଗଠନ ହେଲା ଟିମ । ବିଭିନ୍ନ କୋଭିଡ ହସ୍ପିଟାଲରେ ଅକ୍ସିଜେନ୍, ଔଷଧ ଓ ଅନ୍ୟ ଜରୁରୀ ସାମଗ୍ରୀର ଉପଲବ୍ଧତା ରହିଛି କି ନାହିଁ ତାହା ଯାଞ୍ଚ କରିବ ଏହି କମିଟି।

କୋଭିଡ ପରିଚାଳନା ପାଇଁ ଗଠନ ହେଲା ଟିମ, 7 ମେଡିକାଲ କଲେଜକୁ ଜିଲ୍ଲା ଓ୍ବାରୀ ଦାୟୀତ୍ବ

ରାଜ୍ୟରେ କୋଭିଡ ମହାମାରୀର ପ୍ରଥମ ପର୍ଯ୍ୟାୟରେ ଅନେକ କୋଭିଡ କେୟାର ସେଣ୍ଟର, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କୋଭିଡ୍ ହସ୍ପିଟାଲ୍ ଗୁଡିକକୁ ପ୍ରସ୍ତୁତ କରାଯାଇଛି । ଏଥିରୁ ଅନେକ ହସ୍ପିଟାଲ ବନ୍ଦ ରହିଥିବାବେଳେ ଏହାକୁ ବର୍ତ୍ତମାନ ସମୟରେ ତ୍ୱରିତ ଭାବରେ କର୍ଯ୍ୟକ୍ଷମ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ଲୋକଙ୍କ ଚିକିତ୍ସା ସୁବିଧା ବୃଦ୍ଧି ପାଇଁ ତ୍ୱରିତ ପଦକ୍ଷେପ ପାଇଁ ଏଚଡିୟୁ ଓ ଏଇଆସିୟୁ ଗୁଡିକକୁ ଅଧିକ ସମ୍ପ୍ରସାରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହାକୁ ନେଇ ମଧ୍ୟ ରାଜ୍ୟସ୍ତରୀୟ ଓ ମେଡିକାଲ କଲେଜ ସ୍ତରରେ ଏକ ବିଶେଷଜ୍ଞ ଟିମ ଗଠନ କରାଯାଇଛି।

7ଟି ସରକାରୀ ମେଡିକାଲ କଲେଜ ମଧ୍ୟରେ ଜିଲ୍ଲା ଦାୟିତ୍ୱ ବଣ୍ଟାଯାଇଛି। ସଂପୃକ୍ତ ଟିମ ଏହି ଜିଲ୍ଲାର କୋଭିଡ ସେଣ୍ଟର ତଦାରଖ କରିବେ। ଏସସିବି ମେଡିକାଲ କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲା ଦାୟିତ୍ୱ ବୁଝିବ ଟିମ। ସେହିପରି ଭାବରେ ଏମକେସିଜିକୁ ବୌଦ୍ଧ, ଗଂଜାମ, ଗଜପତି, କନ୍ଧମାଳ ଦାୟିତ୍ୱ ମିଳିଛି । ଭୀମସାରକୁ ଅନୁଗୁଳ, ବରଗଡ଼, ଦେବଗଡ଼, ଝରସୁଗୁଡା, ସମ୍ବଲପୁର, ସୁନ୍ଦରଗଡକୁ ଦାୟିତ୍ୱ। ସେହିପରି ଭାବରେ ଏସଏଲଏନକୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଆଦିଙ୍କୁ ଦାୟିତ୍ୱ। ପିଆରଏମ ବାରିପଦାକୁ କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲା ପାଇଁ ବ୍ୟବସ୍ଥିତ କରାଯାଇଛି । ଫକୀର ମୋହନ ମେଡିକାଲ କଲେଜକୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ବିବି ମେଡିକାଲ କଲେଜକୁ ବଲାଙ୍ଗୀର କଳାହାଣ୍ଡି ନୂଆପଡା ଓ ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି।

ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭଗର ସ୍ୱତନ୍ତ୍ର ସଚିବ, ଫୁସଫୁସ ମେଡିସିନ୍ ପ୍ରଫେସର, ସରକାରୀ ମାଇକ୍ରୋବାଓଲୋଜିର ପ୍ରଫେସର ପ୍ରମୁଖ ଏହି କମିଟିରେ ସାମିଲ ଅଛନ୍ତି । ଦାୟିତ୍ବ ମିଳିଥିବା ଜିଲ୍ଲା ଗୁଡିକରେ ଥିବା କୋଭିଡ ଡାକ୍ତରଖାନାଗୁଡ଼ିକୁ ଯାଞ୍ଚ ଏବଂ ତଦାରଖ କରିବ ଏହି ଟିମ । ଏହି ଟିମ ଡାକ୍ତରଖାନାରେ କିଭଳି ଭାବରେ ପ୍ରୋଟୋକଲ, ନମୁନା ସଂଗ୍ରହର ପଦ୍ଧତି, କୋଭିଡ ପରିଚାଳନା, ଆଇସିୟୁରେ ରୋଗୀ ସେବା ପରିଚାଳନା, ବର୍ଜ୍ୟବସ୍ତୁ ନିଷ୍କାସନ, ସଂକ୍ରମଣ ନିୟନ୍ତ୍ରଣ ଏବଂ ପ୍ରତିରୋଧ ପ୍ରଣାଳୀ ଏବଂ ମେଡିକାଲରେ ଶଯ୍ୟା ପରି ସୁବିଧାଗୁଡ଼ିକର ଉପଯୁକ୍ତ ବ୍ୟବହାର କରାଯାଉଛି କି ନାହିଁ ଯାଞ୍ଚ କରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ସମସ୍ତ ଯାଞ୍ଚ ସମୟରେ ଏହି ଟିମ୍ ହସ୍ପିଟାଲରେ ରୋଗୀ ସେବା ସନ୍ତୋଷଜନକ କି ନାହିଁ ତାହା ମଧ୍ୟ ଆକଳନ କରିବେ। ଏହି ସମସ୍ତ ଯାଞ୍ଚର ରିପୋର୍ଟ ଡିଏମଇଟିଙ୍କ ନିକଟରେ ଦାଖଲ କରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details