ଭୁବନେଶ୍ବର: କୋଇଲା ଚୋରା ଚାଲାଣର ପର୍ଦ୍ଦାଫାଶ କରିଛି ଏସଟିଏଫ । ତାଳଚେର ଏମସିଏଲ ହିଙ୍ଗୁଳା ମାଇନସରୁ କୋଇଲା ବୋଝେଇ ଟ୍ରକ ଚୋରା କାରବାର ହେଉଥିବା ନେଇ ସୂଚନା ମିଳିଥିବାବେଳେ ଏହି ଘଟଣାରୁ ପରଦା ହଟିଛି ।
କୋଇଲା ଚୋରା ଚାଲାଣ, ୨୨ ଟନ ଜବତ କଲା ଏସଟିଏଫ - ଅନୁଗୋଳ ଜିଲ୍ଲା ଖବର
କୋଇଲା ଚୋରା ଚାଲାଣର ପର୍ଦ୍ଦାଫାଶ କରିଛି ଏସଟିଏଫ । ଅଧିକ ପଢନ୍ତୁ...
![କୋଇଲା ଚୋରା ଚାଲାଣ, ୨୨ ଟନ ଜବତ କଲା ଏସଟିଏଫ କୋଇଲା ଚୋରା ଚାଲାଣ, ୨୨ଟନ ଜବତ କଲା ଏସଟିଏଫ](https://etvbharatimages.akamaized.net/etvbharat/prod-images/768-512-11101033-thumbnail-3x2-coaltruck-3.jpg)
କୋଇଲା ଚୋରା ଚାଲାଣ, ୨୨ଟନ ଜବତ କଲା ଏସଟିଏଫ
ଅନୁଗୁଳ ଶିଳ୍ପାଞ୍ଚଳ କାକୁରେଇରୁ ଜବତ ହେଲା କୋଇଲା ବୋଝେଇ ଟ୍ରକ । ଏହି ଟ୍ରକକୁ ଜବତ କରିଛି ସ୍ପେଶାଲ ଟାକ୍ସଫୋର୍ସ । ଜବତ ହୋଇଥିବା ଟ୍ରକରୁ ୨୨.୫ ଟନ ଚୋରା କୋଇଲା ଜବତ କରିଛି ଏସଟିଏଫ । ତେବେ ଏଥିରେ ଅଜୟ ପ୍ରଧାନ ନାମକ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ ଟିମ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ