ଓଡିଶା

odisha

ETV Bharat / city

ଉତ୍କଳିକା ପରିଦର୍ଶନ କଲେ ହସ୍ତଶିଳ୍ପ ମନ୍ତ୍ରୀ - ଉତ୍କଳିକା ପରିଦର୍ଶନ କଲେ ହସ୍ତଶିଳ୍ପ ମନ୍ତ୍ରୀ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଆଜି ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲି (ଉତ୍କଳିକା) ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ଉତ୍କଳିକା ପରିଦର୍ଶନ କଲେ ହସ୍ତଶିଳ୍ପ ମନ୍ତ୍ରୀ
ଉତ୍କଳିକା ପରିଦର୍ଶନ କଲେ ହସ୍ତଶିଳ୍ପ ମନ୍ତ୍ରୀ

By

Published : Apr 7, 2021, 10:48 PM IST

ଭୁବନେଶ୍ବର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଆଜି ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲି (ଉତ୍କଳିକା) ପରିଦର୍ଶନ କରିଛନ୍ତି । ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ‘ଉତ୍କଳିକା’ ର ବିଭିନ୍ନ ଶାଖାର କ୍ରୟ ଓ ବିକ୍ରୟର ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଉତ୍କଳିକା ଶାଖାର ନବୀକରଣ ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ରାଜ୍ୟର କାରିଗରମାନଙ୍କଠାରୁ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ କିପରି ସୁଚାରୁ ରୂପେ କ୍ରୟ ହୋଇ ବିଭିନ୍ନ ଶାଖାରେ ବିକ୍ରୟ ହୋଇପାରିବ ସେ ସମ୍ବନ୍ଧରେ ବିଭାଗୀୟ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ଉତ୍କଳିକା ପରିଦର୍ଶନ କଲେ ହସ୍ତଶିଳ୍ପ ମନ୍ତ୍ରୀ

କର୍ମଚାରୀମାନଙ୍କର ଥିବା ବିଭିନ୍ନ ସମସ୍ୟା କିପରି ସମାଧାନ ହେବ ବୈଠକରେ ଆଲୋଚନା ହୋଇଛି । ଉତ୍କଳିକା’ର ପରିଚାଳନା ନିର୍ଦ୍ଦେଶିକା ସ୍ଵୟଂପ୍ରଭା ମୁଦୁଲି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟରେ ଉତ୍ପାଦିତ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକୁ ବ୍ୟବସାୟିକ ଭିର୍ତିରେ ସଂଗଠିତ କରି କ୍ରୟ କରିବା । ରାଜ୍ୟ ତଥା ରାଜ୍ୟ ବାହାରେ ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକୁ ନିଜସ୍ୱ ବିକ୍ରୟ କେନ୍ଦ୍ର ମାଧ୍ୟମରେ ବିକ୍ରି କରିବା । କାରିଗରମାନଙ୍କୁ ସୁଲଭ ମୂଲ୍ୟରେ କଞ୍ଚାମାଲ ଯୋଗାଇବା ଆଦି ଉତ୍କଳିକା’ର ଲକ୍ଷ୍ୟ ।

ଉତ୍କଳିକା ପରିଦର୍ଶନ କଲେ ହସ୍ତଶିଳ୍ପ ମନ୍ତ୍ରୀ

ନିଗମର ୧୪ଟି ବିକ୍ରୟ ଶାଖା ଓ ୩ଟି କଞ୍ଚାମାଲ କେନ୍ଦ୍ର ଅଛି । ରାଜ୍ୟ ବାହାରେ ନୂଆଦିଲ୍ଲୀ, ପୁନେ, କୋଲକାତା, ହାଇଦ୍ରାବାଦ୍, ବେଙ୍ଗାଲୁରୁ, ମୁମ୍ବାଇରେ ବିକ୍ରୟ ଶାଖା ରହିଛି । ସେହିପରି ରାଜ୍ୟରେ ଭୁବନେଶ୍ଵର, ଭୁବନେଶ୍ୱର ବିମାନବନ୍ଦର, ପୁରୀ, ରାଉରକେଲା, କଟକ, ସମ୍ବଲପୁର, ଜୟପୁର ଓ ଅନୁଗୋଳଠାରେ ଉତ୍କଳିକା’ର ବିକ୍ରୟ କେନ୍ଦ୍ର ରହିଛି । ପିପିଲି (ଚାନ୍ଦୁଆ), କଣ୍ଟିଲୋ (କଂସାପିତ୍ତଳ), ମଞ୍ଚେଶ୍ୱର (ପଥର, ଟସର, ତାଳପତ୍ର) ଠାରେ କଞ୍ଚାମାଲ କେନ୍ଦ୍ର ରହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details