ETV Bharat Odisha

ଓଡିଶା

odisha

ETV Bharat / city

ହାଜତ ମୃତ୍ୟୁ ଘଟଣା: ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ - ହାଜତ ମୃତ୍ୟୁ ଘଟଣା Dh[s'd

ହାଜତ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି। ଅଧିକ ପଢନ୍ତୁ...

ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ
ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ
author img

By

Published : May 6, 2021, 3:24 PM IST

ଭୁବନେଶ୍ବର: ହାଜତ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି। ଡାକ୍ତରଖାନା ନେବାର 4 ଘଣ୍ଟା ପୂର୍ବର ସିସିଟିଭ ଫୁଟେଜ ମାଗିବା ସହ 4 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ।

ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାରେ ଜଣେ ଯୁବକ ଆତ୍ମହତ୍ୟା କରିବା ଘଟଣାକୁ ରାଜ୍ୟ ମାନବାଧିକାର ଆୟୋଗ ନିଜେ ଏହି ଘଟଣାକୁ ନେଇ ହସ୍ତକ୍ଷେପ କରିଛନ୍ତି। ପୋଲିସ ଉପସ୍ଥିତିରେ ଉକ୍ତ ଥାନାରେ ରଙ୍ଗୀପୁର ଗ୍ରାମର ଗଣେଶ ଡାକୁଆ ନାମକ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ।

ଡାକ୍ତର ପରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହାକୁ ନେଇ ବ୍ରହ୍ମପୁର ଏସପି ଏଏସଆଇ ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବନ କରିଥିଲେ। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ତେବେ 4 ଘଣ୍ଟା ପୂର୍ବର ସିସିଟିଭି ଫୁଟେଜ ସହ 4 ସପ୍ତାହ ମଧ୍ୟରେ ଡ଼ିଆଇଜିଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ସୂଚନା ଅନୁଯାୟୀ, ରଙ୍ଗୀପୁର ଗ୍ରାମର ଗଣେଶ ଡାକୁଆଙ୍କର ଗାଁରେ କୌଣସି ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଘଟଣା ସ୍ଥଳକୁ ପୋଲିସର ଏକ ଟିମ ଯାଇ ଲୋକଙ୍କୁ ବୁଝାସୁଝା କରି ଗଣେଶଙ୍କୁ ଥାନାକୁ ଆଣିଥିଲେ।

କିନ୍ତୁ ଗଣେଶ ପିନ୍ଧିଥିବା ଏକ ବେଲ୍ଟ ମଧ୍ୟାମରେ ଝରକାର ଲୁହାରେ ଆତ୍ମହତ୍ୟା କରିଥିଲେ। ଏହାକୁ ଦେଖି କାର୍ଯ୍ୟରତ କନେଷ୍ଟବଳ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details