ଭୁବନେଶ୍ବର: ରାଜ୍ୟରେ କୋରୋନାର କାୟା ବଢ଼ିବାରେ ଲାଗିଛି । ରାଜ୍ୟ ମାନବାଧିକାର କମିଶନ କାର୍ଯ୍ୟାଳୟରେ କାର୍ମଚାରୀଙ୍କ ପଜିଟିଭ ଚିହ୍ନଟ ହେବା କାରଣରୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ କମିଶନ ବନ୍ଦ ରହିବ ।
କୋରୋନା ପାଇଁ ରାଜ୍ୟ ମାନବାଧିକାର କମିଶନ ବନ୍ଦ, ଅନଲାଇନରେ ଗ୍ରହଣ ହେବ ଅଭିଯୋଗ - ରାଜ୍ୟ ମାନବାଧିକାର କମିଶନ ବନ୍ଦ
ରାଜ୍ୟ ମାନବାଧିକାର କମିଶନ କାର୍ଯ୍ୟାଳୟରେ କାର୍ମଚାରୀଙ୍କ ପଜିଟିଭ ଚିହ୍ନଟ ହେବା କାରଣରୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ କମିଶନ ବନ୍ଦ ରହିବ । ମେଲରେ ନିଆଯିବ ଅଭିଯୋଗ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଓଡିଶା ରାଜ୍ୟ ମାନବାଧିକାର କମିଶନର କାର୍ଯ୍ୟାଳୟରେ କର୍ମଚାରୀଙ୍କ ମଧ୍ୟରେ କୋଭିଡ ଚିହ୍ନଟ ହେବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ସମତା ଅଧିକାରୀ ଓ କର୍ମଚାରୀଙ୍କୁ ହୋମ ଆଇସଲେସନରେ ରହିବାକୁ ଅନୁରୋଧ କରାଯାଇଛି ।
ଯଦି ସେମାନଙ୍କ ମଧ୍ୟରେ କୌଣସି କୋଭିଡର ଲକ୍ଷଣ ମିଳିଲା ତେବେ କୋଭିଡ ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି କମିଶନର । ଯଦି କୌଣସି ଜରୁରୀ ବିଷୟରେ ଅଭିଯୋଗ କରିବାକୁ ହେଲେ ଅନଲାଇନ ବା ମେଲ ମାଧ୍ୟମରେ ଅଭିଯୋଗ କରିପାରିବେ ବୋଲି ରାଜ୍ୟ ମାନବାଧିକାର କାର୍ଯ୍ୟାଳୟରୁ ସୂଚନା ମିଳିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ