ଓଡିଶା

odisha

ETV Bharat / city

ରାଜ୍ୟକୁ ନାହିଁ ବାର୍ଡ ଫ୍ଲୁ ଚିନ୍ତା, ସମସ୍ତ ୧୨,୩୬୯ ରିପୋର୍ଟ ନେଗେଟିଭ୍ - bird flu situation in odisha

ରାଜ୍ୟରେ ଏପର୍ଯ୍ୟନ୍ତ ୧2,୩୬୯ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇଥିବାବେଳେ ଓ କୌଣସି ଗୋଟିଏ ନମୁନାରେ ବାର୍ଡ଼ ଫ୍ଲୁ ରୋଗ ପ୍ରକାଶ ପାଇନାହିଁ । ପଢନ୍ତୁ ଅଧିକ.....

ରାଜ୍ୟକୁ ନାହିଁ ବାର୍ଡ ଫ୍ଲୁ ଚିନ୍ତା , ସବୁ ରିପୋର୍ଟ ନେଗେଟିଭ୍
ରାଜ୍ୟକୁ ନାହିଁ ବାର୍ଡ ଫ୍ଲୁ ଚିନ୍ତା , ସବୁ ରିପୋର୍ଟ ନେଗେଟିଭ୍

By

Published : Jan 10, 2021, 10:03 PM IST

ଭୁବନେଶ୍ବର: ରାଜ୍ୟରେ ଏପର୍ଯ୍ୟନ୍ତ ୧2, ୩୬୯ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇଥିବାବେଳେ ଓ କୌଣସି ଗୋଟିଏ ନମୁନାରେ ବାର୍ଡ଼ ଫ୍ଲୁ ରୋଗ ପ୍ରକାଶ ପାଇନାହିଁ । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗରୁ ଏହି ତଥ୍ୟ ମିଳିଛି । ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର ରଘୁ ପ୍ରସାଦଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧକାରୀ, ଅତିରିକ୍ତ ଜିଲ୍ଲା ପ୍ରାଣୀଚିକିତ୍ସା ଅଧୁକାରୀ ଓ ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀଙ୍କ ଏକ ସମୀକ୍ଷା ବୈଠକ ୮ ଜାନୁଆରୀ ୨୦୨୧ ଦିନ ଆୟୋଜିତ ହୋଇଥିଲା ।

ବୈଠକରେ ମାନକ କାର୍ଯ୍ୟ ସମ୍ପାଦକ ପ୍ରକ୍ରିୟା (SOP) ଏବଂ ବାର୍ଡ ଫ୍ଲୁ ପାଇଁ ପ୍ରସ୍ତୁତି, ନିୟନ୍ତ୍ରଣ ଓ ନିରୋଧ କାର୍ଯ୍ୟାନ୍ବୟନ ଯୋଜନା ବାବଦରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। କୁକୁଡ଼ା ଫାର୍ମ ଗୁଡିକର ନିୟମିତ ଯାଞ୍ଚ ଓ ବିଶୋଧନ କରି ସେଗୁଡ଼ିକର ନିରୀକ୍ଷଣକୁ କଡ଼ାକଡ଼ି କରିବାକୁ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

କୁକୁଡ଼ା ଫାର୍ମ ମାଲିକ, କୁକୁଡ଼ା ଚାଷୀ ଏବଂ କୁକୁଡ଼ା ମାଂସ ଓ ଅଣ୍ଡା ଦୋକାନୀମାନେ ସତର୍କ ରହି ନିଜର ଫାର୍ମ, କୁକୁଡ଼ା ଘର ଓ ଦୋକାନ ପରିସର ସଫାସୁତୁରା ରଖିବା ସାଙ୍ଗକୁ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ଅନୁରୋଧ କରାଯାଇଛି । ୪ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କ ଦ୍ବାରା ୫ଟି ନିରୀକ୍ଷଣ ଦଳ ଗଠନ କରାଯାଇ କୁକୁଡ଼ା ମାଂସ ଓ ଅଣ୍ଡା ଦୋକାନ ଏବଂ କୁକୁଡ଼ା ଫାର୍ମ ଗୁଡିକର ନିରୀକ୍ଷଣ କରାଯାଉଛି ।

ଜନସାଧାରଣ ମଧ୍ୟ ସତର୍କ ରହି କୁକୁଡା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବାକୁ ଅନୁରୋଧ କରାଯାଉଛି । ନିଜ ଅଞ୍ଚଳରେ କୁକୁଡ଼ାଙ୍କ ସଂଖ୍ୟାଧିକ ଅଥବା କ୍ରମାଗତ ମୃତ୍ୟୁ କିମ୍ବା କୌଣସି ପକ୍ଷୀ ମଡ଼କ ବିଷୟରେ ନିକଟସ୍ଥ ପ୍ରାଣୀ ଚିକିତ୍ସକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ କିମ୍ବା ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷକୁ ଫୋନ କରିବାକୁ ପରାମର୍ଶ ଦିଆଯାଇଛି । କୌଣସି ଅଭିଯୋଗ ବା ସୂଚନା ପାଇଁ ଦେୟ ମୁକ୍ତ ହେଲ୍ପ ଲାଇନ ନମ୍ବର ୦୬୭୧ ୨୪୧୪୩ ୧୦’ ଏବଂ ହ୍ବାଟ୍ସଆପ ନମ୍ବର ୭୨୦୫୫୯୮୧୨୫ ରେ ସୂଚନା ପ୍ରଦାନ କରିବା କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ , ଇଟିଭି ଭାରତ

ABOUT THE AUTHOR

...view details