ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ଦୈନିକ କମିବାରେ ଳାଗୁଛି। ହେଲେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି। ତେବେ ରାଜ୍ୟ ସରକାର ଏହାକୁ ଅଡିଟ ରିପୋର୍ଟ ମୃତ୍ୟୁ ମାମଲା କହୁଥିବା ବେଳେ ଏହା ଦୁଇରୁ ତିନି ମାସର ମୃତ୍ୟୁ ସଂଖ୍ୟା କହୁଛନ୍ତି। ହେଲେ ପ୍ରତ୍ୟେକ ଦିନ ରାଜ୍ୟରେ 60ରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରୁଛନ୍ତି କରୋନା ମହାମାରୀରେ। ତେବେ ଯଦି ସରକାରୀ ଅନୁଯାୟୀ ତଥ୍ୟ ଦେଖିବା ତେବେ ଗତ 19 ଦିନ ମଧ୍ୟରେ 1097 ଜଣଙ୍କର ମୃତ୍ୟୁ ଘଟିଲାଣି। ତେବେ ରାଜ୍ୟରେ ଏବେ ସୁଦ୍ଧା 5 ହଜାର 116 ଜଣଙ୍କର ମୃତ୍ୟୁ ଘଟିଛି।
1 ତାରିଖରେ ରାଜ୍ୟରେ 44 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ତାରିଖରେ 46 ଜଣ, 3 ତାରିଖରେ 45 ଜଣ, 4 ତାରିଖରେ 42 ଜଣ,5 ତାରିଖରେ 52 ଜଣ, 6 ତାରିଖରେ 51 ଜଣ, 7 ତାରିଖରେ 59 ଜଣ, 8 ତାରିଖରେ 57 ଜଣ, 9 ତାରିଖରେ 61 ଜଣ,
10 ତାରିଖରେ 58 ଜଣ, 11 ତାରିଖରେ 65 ଜଣ, 12 ତାରିଖରେ 63 ଜଣ, 13 ତାରିଖରେ 68 ଜଣ, 14 ତାରିଖରେ 65 ଜଣ, 15 ତାରିଖରେ 66 ଜଣ, 16 ତାରିଖରେ 64 ଜଣ, 17 ତାରିଖରେ 67 ଜଣ, 18 ତାରିଖରେ 66 ଜଣ ଏବଂ
19 ତାରିଖରେ 58 ଜଣଙ୍କର ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ଜୁଲାଇ ମାସ 1 ତାରିଖରୁ 19 ତାରିଖ ମଧ୍ୟରେ 1097 ଜଣଙ୍କର ମୃତ୍ୟୁ ଘଟିଲାଣି।
COVID: ରାଜ୍ୟରେ 19 ଦିନରେ ଗଲାଣି 1097 ଜଣଙ୍କ ଜୀବନ
ରାଜ୍ୟରେ ଗତ କିଛି ଦିନ ହେଲାଣି କୋରୋନା ସଂକ୍ରମଣ ଏକ ପ୍ରକାର ସ୍ଥିର ହୋଇ ରହିଛି। ଫଳରେ କୋରୋନାର ଦୈନିକ ସଂକ୍ରମଣ ହାର 2.36 ପ୍ରତିଶତ ରହୁଛି। ଦୈନିକ ଆକ୍ରାନ୍ତ ଏବେ ପାଖାପାଖି 2 ହଜାର ରହୁଥିବା ବେଳେ ମୃତ୍ୟୁ ସଂଖ୍ୟା 60 ଉପରେ ରହୁଛି। ଅଧିକ ପଢନ୍ତୁ...
ରାଜ୍ୟରେ କରୋନା ମହାମାରୀରେ ମୋଟ 5 ହଜାର 116 ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ସର୍ବାଧିକ 916 ଜଣଙ୍କର ମୃତ୍ୟୁ ଘଟିଛି ଖୋର୍ଦ୍ଧା ଜିଲ୍ଲାରେ । ସୁନ୍ଦରଗଡରେ 440 ଜଣଙ୍କର ମୃତ୍ୟ ଘଟିଥିବା ବେଳେ ଗଞ୍ଜାମ ଜିଲ୍ଲାରେ 421 ଜଣ। ସେହିପରି କଟକରେ 314, ପୁରୀରେ 307, ବରଗଡରେ 248, ଅନୁଗୋଳରେ 200, କଳାହାଣ୍ଡିରେ 192, ମୟୂରଭଞ୍ଜରେ 185 ଜଣ, ବାଲେଶ୍ୱରରେ 159, ସମ୍ବଲପୁରରେ 153, ରାୟଗଡାରେ 152, ନୟାଗଡରେ 139, ଝାରସୁଗୁଡାରେ 137, କେନ୍ଦ୍ରାପଡାରେ 111, ଢେଙ୍କାନାଳରେ 102, ବୌଦ୍ଧରେ 97, ବଲାଙ୍ଗୀରରେ 92, କେନ୍ଦୁଝରରେ 92, ଜଗତସିଂହପୁରରେ 87, ଗଜପତିରେ 79, ନୂଆପଡାରେ 73, କୋରାପୁଟରେ 67, କନ୍ଧମାଳରେ 61, ଭଦ୍ରକରେ 60, ଯାଜପୁରରେ 59, ନବରଙ୍ଗପୁରରେ 53, ସୁବର୍ଣ୍ଣପୁରରେ 45, ମାଲକାନଗିରିରେ 40, ଦେଓଗଡରେ 35 ଜଣ ମୃତ୍ୟୁ ବରଣ କରିସାରିଲେଣି । ଏପଟେ ସ୍ୱାସ୍ଥ୍ୟ ବିଭାଗ ମୃତ୍ୟୁକୁ ନେଇ କହିଛନ୍ତି ଯେ, ଏହି ଅଡିଟ ରିପୋର୍ଟ ଦୁଇରୁ ତିନି ମାସ ତଳର ମୃତ୍ୟୁ ସଂଖ୍ୟା।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ