ଭୁବନେଶ୍ବର:ଦେଶବ୍ୟାପୀ ମେ’ ୧ରୁ ୧୮-୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତିଙ୍କୁ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟ ରାଜକୋଷରୁ ଅର୍ଥ ବରାଦ କରି ଓଡିଶାର ସମସ୍ତ ଯୁବବର୍ଗଙ୍କୁ ମାଗଣାରେ କୋଭିଡ୍ ଟିକା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ସବୁ ଜିଲ୍ଲାରେ ଟିକାକରଣ ଆରମ୍ଭ କରନ୍ତୁ ସରକାର: ଟଙ୍କଧର ତ୍ରିପାଠୀ - ପ୍ରତ୍ୟେକ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରନ୍ତୁ ରାଜ୍ୟ ସରକାର
୬ ଦିନ ବିତି ଯାଇଥିଲେ ମଧ୍ୟ ଭୁବନେଶ୍ଵର ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ୧୮-୪୪ ବର୍ଷ ବ୍ୟକ୍ତିଙ୍କ ଟୀକାକରଣ ଆରମ୍ଭ ହୋଇପାରିଲାନାହିଁ । ଅଧିକ ପଢନ୍ତୁ...
ରାଜଧାନୀ ଭୁବନେଶ୍ବରରେ ୧ ତାରିଖରୁ କୋଭିଡ୍ ଟୀକାକରଣର ଡ୍ରାଏ ରନ୍ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏହି ବର୍ଗର ଲୋକମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମାତ୍ର ଆଜିକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ଵର ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ୧୮-୪୪ ବର୍ଷ ବ୍ୟକ୍ତିଙ୍କ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିଲାନାହିଁ । ରାଜ୍ୟର ଅନ୍ୟାନ୍ୟ ସ୍ଥାନମାନଙ୍କରେ କେବେଠୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।
ଓଡିଆ ଯୁବବର୍ଗ କୋଭିଡ୍ ଟୀକା ପାଇଁ ସଂପୂର୍ଣ୍ଣ ହକ୍ଦାର ଏବଂ ସେମାନଙ୍କୁ ତାଙ୍କ ଅଧିକାରରୁ କେହି ବଞ୍ଚିତ କରିପାରିବେ ନାହିଁ । ରାଜ୍ୟର ସମସ୍ତ ଯୁବବର୍ଗଙ୍କ ଦାୟିତ୍ବ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମାଗଣା କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଟଙ୍କଧର ତ୍ରିପାଠୀ ଅନୁରୋଧ କରିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ