ଓଡିଶା

odisha

ETV Bharat / city

କଳାଭୂମି ଓ ପାନ୍ଥ ନିବାସ ବୁଲି ଦେଖିଲେ କୁନିକୁନି ପିଲା - children's health and education

ପିଲାଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁନିକୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏ ଦିଗରେ ଏକ ଛୋଟ ପ୍ରୟାସ କରିଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) । ଅଧିକ ପଢନ୍ତୁ...

କଳାଭୂମି ଓ ପାନ୍ଥ ନିବାସ ବୁଲି ଦେଖିଲେ କୁନିକୁନି ପିଲା
କଳାଭୂମି ଓ ପାନ୍ଥ ନିବାସ ବୁଲି ଦେଖିଲେ କୁନିକୁନି ପିଲା

By

Published : Mar 14, 2021, 8:39 PM IST

ଭୁବନେଶ୍ବର : ପିଲାଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁନିକୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏ ଦିଗରେ ଏକ ଛୋଟ ପ୍ରୟାସ କରିଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ।

କଳାଭୂମି ଓ ପାନ୍ଥ ନିବାସ ବୁଲି ଦେଖିଲେ କୁନିକୁନି ପିଲା

ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ପାଣି ଟାଙ୍କି ବସ୍ତିର କୁନିକୁନି ପିଲା ମାନଙ୍କୁ ଆଜି ସ୍ୱତନ୍ତ୍ର ବସ୍ ଯୋଗେ ‘କଳାଭୂମି’ ବୁଲି ଦେଖେଇଛି ଓଟିଡିସି । ସେଠାରେ ଓଡ଼ିଶାର ଗୌରବମୟ କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା । କଳାଭୂମି ପରିସରରେ ବିିଭିନ୍ନ କାରୁକାର୍ଯ୍ୟ ବୁଲି ଦେଖିଥିଲେ ପିଲାମାନେ ।

କଳାଭୂମି ଓ ପାନ୍ଥ ନିବାସ ବୁଲି ଦେଖିଲେ କୁନିକୁନି ପିଲା
ପରେ ସେମାନଙ୍କୁ ପାନ୍ଥ ନିବାସ ନିଆଯାଇ ଓଟିଡିସି ପକ୍ଷରୁ ପୋଷାକ ଓ ଶିକ୍ଷଣୀୟ କିଟ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଓଟିଡିସିର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।
କଳାଭୂମି ଓ ପାନ୍ଥ ନିବାସ ବୁଲି ଦେଖିଲେ କୁନିକୁନି ପିଲା

ଏଭଳି କାର୍ଯ୍ୟକ୍ରମ ଦ୍ୱାରା ବସ୍ତିରେ ରହୁଥିବା କୁନିକୁନି ପିଲାମାନେ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଜାଣିବାର ସୁଯୋଗ ପାଇପାରିବେ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ କହିଛନ୍ତି । ଆଗକୁ ଅନ୍ୟ ବସ୍ତିରେ ରହୁଥିବା ପିଲାଙ୍କୁ ବୁଲାଇବା ଲାଗି ଓଟିଡିସି ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀମୟୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details