ଓଡିଶା

odisha

ETV Bharat / city

ଘରୋଇ ହସ୍ପିଟାଲକୁ ସରକାରଙ୍କ କଡା ନିର୍ଦ୍ଦେଶ - ଘରୋଇ ହସ୍ପିଟାଲକୁ ସରକାରଙ୍କ କଡା ନିର୍ଦ୍ଦେଶ

କୋରୋନା ରୋଗୀଙ୍କ ଠାରୁ ମନଇଚ୍ଛା ଅର୍ଥ ନେଇପାରିବେନି ଘରୋଇ ହସ୍ପିଟାଲ। ଆଇସିୟୁ ବେଡ଼ରେ ଧାର୍ଯ୍ୟ ଟଙ୍କା ଠାରୁ ଅଧିକ ନେଇପାରିବେନି ମେଡିକାଲ। ଏହାସହ ଆମ୍ବୁଲାନ୍ସ ପାଇଁ ମଧ୍ୟ ଦର ଧାର୍ଯ୍ୟ କରାଯାଇଛି। ଅଧିକ ପଢନ୍ତୁ:

ଘରୋଇ ହସ୍ପିଟାଲକୁ ସରକାରଙ୍କ କଡା ନିର୍ଦ୍ଦେଶ
ଘରୋଇ ହସ୍ପିଟାଲକୁ ସରକାରଙ୍କ କଡା ନିର୍ଦ୍ଦେଶ

By

Published : May 19, 2021, 9:09 PM IST

ଭୁବନେଶ୍ବର: କୋରୋନା ରୋଗୀଙ୍କ ଠାରୁ ମନଇଚ୍ଛା ଅର୍ଥ ନେଇପାରିବେନି ଘରୋଇ ହସ୍ପିଟାଲ। ଆଇସିୟୁ ବେଡ଼ରେ ଧାର୍ଯ୍ୟ ଟଙ୍କା ଠାରୁ ଅଧିକ ନେଇପାରିବେନି ମେଡିକାଲ। ଏହାସହ ଆମ୍ବୁଲାନ୍ସ ପାଇଁ ମଧ୍ୟ ଦର ଧାର୍ଯ୍ୟ କରାଯାଇଛି। ଏନେଇ ସରକାର କଡକାଡି ଭାବରେ ନିର୍ଦ୍ଦେଶ ଦେଇଛନ୍ତି।

କୋରୋନା ଆରମ୍ଭରୁ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଉଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୋଭିଡ ହସ୍ପିଟାଲ 78 ରହିଥିବା ବେଳେ କୋଭିଡ କେୟାର ସେଣ୍ଟର 114 ଟି ରହିଛି। ସମସ୍ତ କୋଭିଡ ହସ୍ପିଟାଲକୁ ସରକାର ପରିଚାଳନା କରୁଛନ୍ତି। କୋଭିଡ଼ ମହାମାରୀ ସମୟରେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ କୋଭିଡ ଚିକିତ୍ସା କ୍ଷେତ୍ରରେ ପରିଚାଳନା କରିବାର ସୁଯୋଗ ଦିଆଯାଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ସାଧରଣ ବେଡ଼ ସଂଖ୍ୟା 9569 । ସେଥିରୁ ବ୍ୟବହାର ହୋଇଛି 5038। ଯାହା 52.65 ପ୍ରତିଶତ ବ୍ୟବହାର ହୋଇଛି। ସେହିପରି ମୋଟ ଆଇସିୟୁ ବେଡ଼ ସଂଖ୍ୟା 3049। ସେଥିରୁ ବ୍ୟବହାର ହୋଇଛି 229। ଯାହା 79.67 ପ୍ରତିଶତ ରହିଛି।

ରାଜ୍ୟରେ ମୋଟ ଭେଣ୍ଟଲେଟର ବେଡ଼ ରହିଛି 975। ସେଥିରୁ ବ୍ୟବହାର ହୋଇଛି 608। ଯାହା 62.32 ପ୍ରତିଶତ ବ୍ୟବହାର ହୋଇଛି। ରାଜ୍ୟରେ ସିସିସିରେ ବେଡ଼ ରହିଛି 28647। ସେଥିରୁ ବ୍ୟବହାର ହୋଇଛି 6703। ଯାହା 23.40 ପ୍ରତିଶତ ବ୍ୟବହାର ହୋଇଛି।

ସେହିଭଳି ଭାବରେ ଟିଏମସିରେ ମୋଟ ବେଡ଼ ରହିଛି 51150। ସେଥିରୁ ବ୍ୟବହାର ହୋଇଛି 4320। ଯାହା 8.45 ପ୍ରତିଶତ ବ୍ୟବହାର ହୋଇଛି। ରାଜ୍ୟରେ ଘରୋଇ ଆଇସୋଲେସନରେ ମୋଟ ବେଡ଼ ରହିଛି 1436। ସେଥିରୁ ବ୍ୟବହାର ହୋଇଛି 403। ଯାହା 28.06 ପ୍ରତିଶତ ବ୍ୟବହାର ହୋଇଛି। ରାଜ୍ୟରେ ହୋମ ଆଇସୋଲେସନ 79 ,369 ଜଣ ରୋଗୀ ରହିଛନ୍ତି। ରାଜ୍ୟରେ ମୋଟ ବେଡ଼ ସଂଖ୍ୟା 93, 851 ବେଡ଼ ରହିଥିବା ବେଳେ ବ୍ୟବହାର ହୋଇଛି 14,170 ବେଡ଼ । ଯାହା 15. 10 ପ୍ରତିଶତ।

ଭୁବନେଶ୍ବର ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details