ଭୁବନେଶ୍ବର: ରାଜ୍ୟ ସରକାର ଯୁବକଙ୍କୁ ଗୋତି ଶ୍ରମିକ ଭାବରେ ଖଟାଉଛନ୍ତି । ଏଭଳି ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ମିଡିଆ ସେଲ ମୁଖ୍ୟ ସୁଦର୍ଶନ ଦାସ କହିଛନ୍ତି ଯେ, 2013 ମସିହାରୁ 50ହଜାର ଯୁବକକୁ କଣ୍ଟ୍ରାକଚୁଆଲ ରଖିଛନ୍ତି ସରକାର । ଏହି ଠିକାଭିତ୍ତିକ ନିଯୁକ୍ତିରେ ଅଛନ୍ତି ପୋଲିସ, ନର୍ସ । ସେମାନଙ୍କୁ ଦରମା ମାତ୍ର ଦେଉଛନ୍ତି 8,500 ଟଙ୍କା ଦରମା ।
ଯୁବକ ମାନଙ୍କୁ ଗୋତି ଶ୍ରମିକ ଭାବିଛନ୍ତି ରାଜ୍ୟ ସରକାର; କଂଗ୍ରେସ ଆଜି ସମାନ ଦରମା ଦେବାକୁ ଦାବି କଲେ ନାଲି ଆଖି ଦେଖାଉଛନ୍ତି ସରକାର । ମିଡିଆରେ କିଛି କହିପାରିବ ନାହିଁ । ମାତ୍ର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସମାନ କାମକୁ ସମାନ ଦରମା ଦିଅ । କିନ୍ତୁ ରାଜ୍ୟସରକାର ଦରମା ନ ଦେଇ ଗୋତି ଶ୍ରମିକ ଭାବେ ଖଟାଉଛନ୍ତି । ଯୁବ ସମାଜ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ ।
ଏହାସହ ସରକାର ମାନିଛନ୍ତି ଯେ, ରାଜ୍ୟରେ ଆର୍ଥିକ ସ୍ଥିତି ଏବେ ଭଲ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ-19କୁ ନେଇ ଆଳ ଦେଖାଉଛନ୍ତି । 2019-20 ଅଭିବୃଦ୍ଧି ହାର କମିଛି ବୋଲି ମାନିଥିଲେ ସରକାର ।
ଆଉ ଏବେ ବେକାରୀ ସମସ୍ୟା ବଢୁଛି । ଆୟ କମୁଛି ସେଥିପାଇଁ ଋଣ ଉପରେ ନିର୍ଭରଶୀଳ । 17000 ଯାହା ଋଣ ଥିଲା ଏବେ ତାହା 25000ହେଲାଣି । ଦୁରଦୃଷ୍ଟି ଅଭାବ ଯୋଗୁଁ ଆର୍ଥିକ ଅବସ୍ଥା ଏପରି ହୋଇଛି ବୋଲି କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି । ସରକାରଙ୍କ ଶୃଙ୍ଖଳା କେବଳ ଧର୍ମକୁ ଆଖିଠାର ବୋଲି କଂଗ୍ରେସ କହିବା ସହ ବର୍ଷକ ତଳେ କଟକଣା କରିଥିଲେ ଏପରି ଦୁର୍ଦ୍ଦଶା ହୋଇନଥାନ୍ତା ବୋଲି ସଚେତନ କରିଛି କଂଗ୍ରେସ ।
ପୁରା ବିବରଣୀ ଦେଇ କଂଗ୍ରେସ କହିଛି ଯେ, ଏହି କଟକଣା 2003-04 ଆଗରୁ ଘୋଷଣା କରାଯାଇଥିଲା । 2004 ଅଗଷ୍ଟ ମାସରେ ଚାକିରୀ କାଟିଦିଆଗଲା । 5ଲକ୍ଷ ପୋଷ୍ଟ ଖାଲିଥିଲା । 75 ପ୍ରତିଶତ ବନ୍ଦ କରିଦିଆଗଲା । 25 ପ୍ରତିଶତ କଣ୍ଟ୍ରାକଚୁଆଲ ଚାକିରୀ ଦିଆଗଲା । ପୋଲିସରେ 10ହଜାର ଅଛନ୍ତି । ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସମାନ କାମକୁ ସମାନ ଦରମା ରାଜ୍ୟ ସରକାର ଦେଲେ ନାହିଁ ।
ଏବେ ଶତପ୍ରତିଶତ ପୋଷ୍ଟ ବନ୍ଦ କରିବେ । 165 ହଜାର ପୋଷ୍ଟ ଖାଲି ପଡିଛି । ଏହାସହ ତିନୋଟି ଦାବି କରିଛି କଂଗ୍ରେସ ।5 ବର୍ଷ ଧରି ଖାଲି ପଡିଥିବା ପୋଷ୍ଟ ବନ୍ଦ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ସହ ସରକାର ବିରୋଧୀ ଦଳକୁ ଡାକି ଆଲୋଚନା କରିବା ଦରକାର ବୋଲି ସେ କହିଛନ୍ତି । କଣ୍ଟ୍ରାକଚୁଆଲ ଚାକିରିଆଙ୍କୁ ସମାନ କାମକୁ ସମାନ ଦରମା ଦେବାକୁ ଦାବି କରୁଛି କଂଗ୍ରେସ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ