ଓଡିଶା

odisha

ETV Bharat / city

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ - nabin pattnaik

ଗୁରୁବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଅପରାହ୍ନ 5 ଟା ବେଳେ କ୍ୟାବିନେଟ ବୈଠକ ବସିବା ନେଇ ସୂଚନା ମିଳିଛି। ଅଧିକ ପଢ଼ନ୍ତୁ...

ଗୁରୁବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ, ସ୍ଥାନ ପାଇବ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ
ଗୁରୁବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ, ସ୍ଥାନ ପାଇବ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ

By

Published : Nov 11, 2020, 8:52 PM IST

Updated : Nov 12, 2020, 6:42 AM IST

ଭୁବନେଶ୍ବର:ଗୁରୁବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଅପରାହ୍ନ ୫ ଟା ବେଳେ ଏହି କ୍ୟାବିନେଟ ବୈଠକ ବସିବା ନେଇ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଏହି ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି କ୍ୟାବନେଟ ବୈଠକରେ ପ୍ରାୟ 15ଟି ପ୍ରସ୍ତାବ ଉପରର ଆଲୋଚନା ହେବ । ଆଗକୁ ଶୀତ ଅଧିବେଶନ ଆସୁଥିବାରୁ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବୈଠକରେ ସ୍ଥାନ ପାଇବ । ବିଶେଷ କରି ପୂର୍ତ୍ତ, ସ୍ବାସ୍ଥ୍ୟ, ରାଜସ୍ବ ବିଭାଗର ପ୍ରସ୍ତାବ ରହିଛି । ସେହିଭଳି 2020-21 ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ଲାଭ କରିବ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଲୋଚନା ହେଉଛି। କୋରୋନା ମହାମାରୀ ଯୋଗୁଁ ରାଜ୍ୟର ଅର୍ଥନୀତି ଉପରେ ପ୍ରଭାବ ପଡ଼ିଛି । ତେବେ କୋରୋନା ମହାମାରୀ ପରେ ଅର୍ଥନୀତିରେ କିଭଲି ସୁଧାର ଆସିବ ସେନେଇ ଆଲୋଚନା ହେବ। ଏହାଛଡ଼ା ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି ।

ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପ ନିର୍ବାଚନରେ ଶାସକ ଦଳ ବିଜେଡି ବିପୁଳ ମାତ୍ରାରେ ବିଜୟ ଲାଭ କରିଛି । ଏହାପରେ ଦୁଇ ନୂଆ ବିଧାୟକଙ୍କୁ କିଛି ଦାୟିତ୍ବ ଦିଆଯାଇପାରେ । ଏହାସହ ଆଗକୁ ଦୀପାବଳି ଆସୁଛି । ଏହାକୁ ନେଇ ରାଜ୍ୟ ସରକାର କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ତେବେ ଏହାପୂର୍ବରୁ ଦୀପାବଳି ପାଇଁ ସମସ୍ତ ପ୍ରକାର ବାଣ ବିକ୍ରି ଉପରେ ରୋକ ଲଗାଇଥିଲେ ରାଜ୍ୟ ସରକାର । ଏହାଛଡ଼ା ଆଗକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବାକୁ ଅଛି । ଏହାକୁ ନେଇ ମଧ୍ୟ କିଛି ନିଷ୍ପତ୍ତି ନିଆଯାଇପାରେ।

ଭୁବନେଶ୍ବରରୁ ତପନ କୁମାର ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Nov 12, 2020, 6:42 AM IST

ABOUT THE AUTHOR

...view details