ଓଡିଶା

odisha

ETV Bharat / city

ରାଜ୍ୟ କ୍ୟାବିନେଟ ବୈଠକ ଆରମ୍ଭ, 10 ପ୍ରସ୍ତାବରେ ହେବ ଆଲୋଚନା - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଥିବା ବେଳେ ଏଥିରେ ସମସ୍ତ ବିଭାଗର ମନ୍ତ୍ରୀ ଓ ବିଭାଗୀୟ ସଚିବ ଯୋଗ ଦେଇଛନ୍ତି। ଅଧିକ ପଢ଼ନ୍ତୁ...

The state cabinet meeting starts with its deliberations on 10 proposals
ରାଜ୍ୟ କ୍ୟାବିନେଟ ବୈଠକ ଆରମ୍ଭ, 10 ପ୍ରସ୍ତାବ ଉପରେ ହେବ ଆଲୋଚନା

By

Published : Dec 9, 2020, 7:36 PM IST

ଭୁବନେଶ୍ବର:ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଥିବା ବେଳେ ଏଥିରେ ସମସ୍ତ ବିଭାଗର ମନ୍ତ୍ରୀ ଓ ବିଭାଗୀୟ ସଚିବ ଯୋଗ ଦେଇଛନ୍ତି। କ୍ୟାବିନେଟର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ମୋଟ 10ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଆଲୋଚନା ହେଉଛି।

ଏହି କ୍ୟାବିନେଟ ବୈଠକରେ ଫୁଲବାଣୀ ଓ କୋରାପୁଟରେ ଦୁଇଟି ମେଡିକାଲ କଲେଜ ପ୍ରତିଷ୍ଠା ହେବାନେଇ ଆଲୋଚନା ହୋଇପାରେ । ଏହି ପ୍ରକଳ୍ପ ପାଇଁ 1000 କୋଟି ଟଙ୍କା ବ୍ୟୟ ଅଟକଳ ହୋଇପାରେ ବୋଲି ସୂଚନା ମିଳିଛି। ଏହାସହ ବରଗଡ଼ ଜିଲ୍ଲାରେ ଦୁଇଟି ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଆଲୋଚନା ହେଉଛି । ଏହାଛଡ଼ା ବାକି ପ୍ରସ୍ତାବ ଗୃହ, ସାଧାରଣ ପ୍ରଶାସନ, ଜଳ ସମ୍ପଦ ବିଭାଗ ସହିତ ନିଯୁକ୍ତି ଓ ସେବା ସଂକ୍ରାନ୍ତିୟ ପ୍ରସ୍ତାବ ରହିଛି।

ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ କ୍ୟାବନେଟ ବୈଠକରେ ଯୋଗ ଦେଇଛନ୍ତିଛି। ଏହି ବୈଠକରେ ସମସ୍ତ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details