ଓଡିଶା

odisha

ETV Bharat / city

ବିଳମ୍ବିତ ରାତିରେ ସମୀକ୍ଷା ବୈଠକ ଡାକିଲେ ସ୍ୱତନ୍ତ୍ର ରିଲିଫ କମିଶନର, 10 ଜିଲ୍ଲାପାଳ ସାମିଲ - ବାତ୍ୟା ଅପଡେଟ

ବାତ୍ୟା ୟସ ନେଇ ବିଳମ୍ବିତ ରାତିରେ ସମୀକ୍ଷା ବୈଠକ ଡାକିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ପ୍ରଭାବିତ ହେବାକୁଥିବା 10 ଜିଲ୍ଲାର ଜିଲ୍ଲାପାଳ ହେଲେ ସାମିଲ । ଅଧିକ ପଢନ୍ତୁ...

ବିଳମ୍ବିତ ରାତିରେ ସମୀକ୍ଷା ବୈଠକ ଡାକିଲେ ସ୍ୱତନ୍ତ୍ର ରିଲିଫ କମିଶନର
ବିଳମ୍ବିତ ରାତିରେ ସମୀକ୍ଷା ବୈଠକ ଡାକିଲେ ସ୍ୱତନ୍ତ୍ର ରିଲିଫ କମିଶନର

By

Published : May 26, 2021, 12:49 AM IST

ଭୁବନେଶ୍ବର : ବାତ୍ଯା ‘ୟସ’ ଲ୍ଯାଣ୍ଡଫଲ କରିବାକୁ ଆଉ ମାତ୍ର କିଛି ଘଣ୍ଟାଥିବାବେଳେ ବିଳମ୍ବିତ ରାତିରେ ସମୀକ୍ଷା ବୈଠକ ଡାକିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଭିସି ଜରିଆରେ ହୋଇଛି ଏହି ସମୀକ୍ଷା ବୈଠକ କରିଛନ୍ତି ଏସଆରସି । ଏହି ସମୀକ୍ଷା ବୈଠକରେ 10 ଜିଲ୍ଲାର ଜିଲ୍ଲାପାଳ ଭିସି ଜରିଆରେ ଉପସ୍ଥିତ ହୋଇଥିଲେ । ବାତ୍ୟା ପ୍ରଭାବିତ ହେବାକୁଥିବା ଅଞ୍ଚଳରୁ ସ୍ଥାନାନ୍ତର ଓ ସ୍ଥିତି ନେଇ ଚାଲିଛି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ସେହିପରି ଆଉ କିଛି ସମୟ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାକୁ ଥିବା ବେଳେ ପ୍ରସ୍ତୁତି ମଧ୍ୟ ଚୁଡାନ୍ତ ପର୍ଯ୍ଯାୟରେ ପହଞ୍ଚିଛି । ପ୍ରଭାବିତ ହେବାକୁଥିବା 10 ଜିଲ୍ଲାର ପ୍ରାୟ 5 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ସାରିଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତାକାଲି ସକାଳରୁ ପୂର୍ବାହ୍ନ ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ ।ପ୍ରଭାବିତ ହେବାକୁଥିବା ସ୍ଥାନମାନଙ୍କରେ ସ୍ଥାନାନ୍ତରଣ ସରିଥିବାବେଳେ ଘରେଥିବା ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ବାତ୍ୟା ସ୍ଥିତି ଓ ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିବା ସହ ଲୋକଙ୍କୁ ସୁରକ୍ଷିତ ରହିବା ସହ ପ୍ରଶାସନକୁ ସହଯୋଗ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details