ଭୁବନେଶ୍ବର:ବେଳେବେଳେ ରୋଗୀକୁ ବଞ୍ଚାଇବା ପାଇଁ ଟଙ୍କା କିମ୍ବା ମେଡ଼ିସିନ ହୁଏତ ଫେଲ ମାରିପାରେ, କିନ୍ତୁ ସକାରାତ୍ମକ ଚିନ୍ତାଧାରା ବା ସକରାତ୍ମକ ଭାବନା ମଣିଷକୁ ମୃତ୍ୟୁ ମୁହଁରୁ ବଞ୍ଚେଇ ଦେଇପାରେ । ଆଉ ଏହି ଚିନ୍ତାଧାରାକୁ ଭିତ୍ତିକରି ନିର୍ମାଣ ହୋଇଛି କ୍ଷୁଦ୍ର ଚଳଚିତ୍ର ‘The Healing Touch’। ଯାହା ସମାଜ ପାଇଁ ଏକ ନିଆରା ବାର୍ତ୍ତା ଦେଇଛି । କାରଣ କୋରୋନାକୁ ନେଇ ସମାଜରେ ପ୍ରଥମରୁ ଭୟରେ ରହିଥିବା ବେଳେ ମୃତ୍ୟୁର କରାଳ ରୂପକୁ ସମେସ୍ତ ହୃଦୟଗମ କରିଛନ୍ତି। ଏହି ଭୟରୁ ମୁକୁଳିବା ପାଇଁ, ପ୍ରଶାସନିକ ଅଧିକାରୀ ଶ୍ୱେତ କୁମାର ଦାଶ ‘The healing touch ‘ମାଧ୍ୟମରେ ସମାଜକୁ ବାର୍ତ୍ତା ଦେଇଛନ୍ତି । ନୀଳ ମହାପାତ୍ରଙ୍କ ସୋସିଆଲ ଇମେଜ ବ୍ୟାନରରେ ନିର୍ମିତ ହୋଇଥିବା ଏହି କ୍ଷୁଦ୍ର ଚଳଚିତ୍ରକୁ ଡକ୍ଟର ଶ୍ୱେତ କୁମାର ଦାଶ ନିର୍ଦ୍ଦେଶନା ଦେଇଥିବା ବେଳେ, ଚମତ୍କାର ଅଭିନୟ କରିଛନ୍ତି ଅଭିନେତ୍ରୀ ଗାର୍ଗୀ ମହାନ୍ତି ଓ ଗଜେନ୍ଦ୍ର ପାଢ଼ୀ ।
ତେବେ ଅମ୍ବିକେଶ କୁନ୍ନାଲ ହୋତାଙ୍କ ସମ୍ପାଦନା ସାଙ୍ଗକୁ ବୈଷୟିକ ନିର୍ଦ୍ଦେଶନା ଓ BGM ଚଳଚିତ୍ରକୁ ଜୀବନ୍ତ କରିଛି । ବହୁ ସମ୍ମାନ ସାଉଁଟି ସାରିଥିବା ଏହି ଚଳଚ୍ଚିତ୍ରର କାହାଣୀ ଅନୁସାରେ ଜଣେ ସ୍ୱାମୀ COVIDରେ ଆକ୍ରାନ୍ତ ହୋଇ ICUରେ ଚିକିତ୍ସିତ ହେଉଥାନ୍ତି । ଡାକ୍ତର ଅକ୍ଲାନ୍ତ ପରିଶ୍ରମ କରି ଶେଷରେ ଭଗବାନଙ୍କ ଉପରେ ଛାଡିଦିଅନ୍ତି । ତେବେ ଆକ୍ରାନ୍ତ ସ୍ୱାମୀ ଶେଷଥର ପାଇଁ ସ୍ତ୍ରୀଙ୍କ ସହ କଥା ହୁଅନ୍ତି । ସ୍ୱାମୀ, ସ୍ତ୍ରୀଙ୍କର କିଛି ସମୟର ବାର୍ତ୍ତାଳାପ ସ୍ୱାମୀଙ୍କୁ ମାନସିକ ସ୍ତରରେ ଶକ୍ତି ସାମର୍ଥ୍ୟ ଓ ସକରାତ୍ମକ ଚିନ୍ତାଧାରା ଏହି ପିଲ୍ମରେ ଆଣିଦେଇଥିବା ଦେଖିବାକୁ ମିଳିଛି । ଯେଉଁଠି ଡାକ୍ତର ହାତ ଟେକିଦେଇଥିଲେ ସୁଦ୍ଧା ସେଠାରେ ସ୍ୱାମୀ ବଞ୍ଚି ଯାଉଛନ୍ତି ।