ଭୁବନେଶ୍ବର: କାର୍ଯ୍ୟକ୍ଷମ ହେଲା ଉତ୍କଳ ବିଶ୍ବ ବିଦ୍ୟାଳୟର ରୁସା ଭବନ। ଦୀର୍ଘ 3 ମାସ ପରେ ଉତ୍କଳ ବିଶ୍ଵବିଦ୍ୟାଳୟର ରୁସା ଭବନ କାର୍ଯ୍ୟକ୍ଷମ ହୋଇଛି। ବିଶ୍ବବିଦ୍ୟାଳୟର କୁଳପତି, କୁଳସଚିବଙ୍କ ସମେତ ପ୍ରଶାସନିକ କାର୍ଯ୍ୟାଳୟ ଏଠାରେ ରହିବ।
ଜାନୁଆରୀ 26 ସାଧାରଣତନ୍ତ୍ର ଅବସରରେ ଉତ୍କଳ ବିଶ୍ଵବିଦ୍ୟାଳୟର ରୁସା ଭବନ କାର୍ଯ୍ୟକ୍ଷମ କରାଯାଇଛି। ଏହି ଭବନରେ କୁଳପତି, କୁଳସଚିବଙ୍କ ସମେତ ଏକାଡେମୀକ ଅଧିକାରୀ କାର୍ଯ୍ୟାଳୟ ଏଠାରେ ରହିବ। 6 ମହଲା ବିଶିଷ୍ଟ ଏହି ବିଲିଡିଂ ନିର୍ମାଣ ଲାଗି 25 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଶ୍ବବିଦ୍ୟାଳୟର ପ୍ରମୁଖ କାର୍ଯ୍ୟାଳୟ ଓ ପ୍ରମୁଖ ଗବେଷଣା ବିଭାଗକୁ ଏହି ବିଲ୍ଡିଙ୍ଗରେ ରଖାଯିବ।