ଓଡିଶା

odisha

ETV Bharat / city

୧୬ ଜିଲ୍ଲାରେ ଖୋଲିବ RT-PCR ଟେଷ୍ଟିଂ ଲ୍ଯାବ, ଖର୍ଚ୍ଚ ହେବ 20 କୋଟି

୧୬ଟି ଜିଲ୍ଲାରେ ଆରଟିପିସିଆର ଲାବରୋଟୋରୀ ଖୋଲିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଦ୍ୱିତୀୟ ପର୍ଯ୍ୟୟ କୋରୋନା ଟେଷ୍ଟିଂକୁ ନେଇ ଅନେକ ଟେଷ୍ଟିଂ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳୁଥିବାରୁ ଏହା ଅନେକ ମାତ୍ରାରେ କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ସହାୟକ ହେବ । ଅଧିକ ପଢନ୍ତୁ...

By

Published : May 11, 2021, 6:05 PM IST

Updated : May 11, 2021, 6:21 PM IST

୧୬ ଜିଲ୍ଲାରେ ଖୋଲିବ RT-PCR ଟେଷ୍ଟିଂ ଲ୍ଯାବ, ଖର୍ଚ୍ଚ ହେବ 20 କୋଟି
୧୬ ଜିଲ୍ଲାରେ ଖୋଲିବ RT-PCR ଟେଷ୍ଟିଂ ଲ୍ଯାବ, ଖର୍ଚ୍ଚ ହେବ 20 କୋଟି

ଭୁବନେଶ୍ବର: ରାଜ୍ୟରେ ଚିନ୍ତା ବଢାଇଛି କୋରୋନାର ଦ୍ବିତୀୟ ଲହର । ଦ୍ରୁତ ସଂକ୍ରମଣ ବଢି ବଢି ଚାଲିଛି । ଦୈନିକ ଟେଷ୍ଟିଂ ଓ ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଅଧିକ ଗୁରୁତ୍ବ ଦେବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର ।

୧୬ଟି ଜିଲ୍ଲାରେ ଖୋଲିବ RTPCR Covid-19 ପରୀକ୍ଷଣ ଲାବୋରେଟୋରୀ

ଜଗତସିଂହପୁର ସମେତ ରାଜ୍ୟର ୧୬ଟି ଜିଲ୍ଲାରେ ଆରଟିପିସିଆର ଲାବରୋଟୋରୀ ଖୋଲିବାକୁ ସରକାରଙ୍କ ଯୋଜନା କରିଛନ୍ତି । 16 ଟି ଜିଲ୍ଲାର ମୁଖ୍ୟାଳୟ ସହ ଓଡିଶାରେ RTPCR Covid-19 ପରୀକ୍ଷଣ ଲାବରୋଟୋରୀରେ କୋଭିଡ ଜନୀତ ସୁବିଧା ଉପଲବ୍ଧ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ।

୧୬ଟି ଜିଲ୍ଲାରେ ଖୋଲିବ RTPCR Covid-19 ପରୀକ୍ଷଣ ଲାବୋରେଟୋରୀ

ଅନ୍ୟପଟେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟୟ କୋରୋନା ଟେଷ୍ଟିଂକୁ ନେଇ ଅନେକ ଟେଷ୍ଟିଂ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳୁଛି । କୋଭିଡକୁ ମାତ୍ ଦେବାକୁ ହେଲେ ଟେଷ୍ଟିଂକୁ ବଢେଇବାକୁ ପଡିବ । କୋଭିଡ ମୁକାବିଲା ଲାଗି ଆଜି ରାଜ୍ୟ ସରକାର ନେଇଛନ୍ତି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭିଡରୁ ସଂକ୍ରମଣକୁ ଦୁରେଇବା ପାଇଁ ରାଜ୍ୟର 16 ଜିଲ୍ଲାରେ RTPCR ଟେଷ୍ଟିଂ ସେଣ୍ଟର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କୋଭିଡ଼ ଲଢ଼େଇରେ ରୋଗୀର ଶୀଘ୍ର ପରୀକ୍ଷା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଷୋହଳଟି ଜିଲ୍ଲାରେ RTPCR ଟେଷ୍ଟିଂ ସେଣ୍ଟର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବୌଦ୍ଧ, ଢେଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି, ନୂଆପଡା, ସୋନପୁର, କନ୍ଧମାଳ, ସୁନ୍ଦରଗଡ, ରାୟଗଡ଼ା ଓ ବରଗଡର ସଦର ମହକୁମାରେ RTPCR ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠା ହେବ । ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଦ୍ୱିତୀୟ ପର୍ଯ୍ୟର୍ୟର ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରତି ଲ୍ୟାବରେ ରହିବେ ଜଣେ ମାଇକ୍ରୋ ବାୟୋଲୋଜିଷ୍ଟ । ଲ୍ୟାବରେ 3 ଲାବରୋଟୋରୀ ଟେକ୍ନିସିଆନଙ୍କୁ ନିୟୋଜିତ କରାଯିବ । ଏହା କରୋନା ସଂକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ବିକାଶ କୁମାର ଦାସ , ଇଟିଭି ଭାରତ

Last Updated : May 11, 2021, 6:21 PM IST

ABOUT THE AUTHOR

...view details