ଓଡିଶା

odisha

ETV Bharat / city

ଅଂଶୁଘାତ ସ୍ଥିତି ମୁକାବିଲା ପାଇଁ ଅଣ୍ଟା ଭିଡିଲେ ସ୍ଵତନ୍ତ୍ର ରିଲିଫ କମିଶନର - କମିଶନର ପ୍ରଦୀପ୍ତ ଜେନା

କୋରୋନା ପାଇଁ ସମସ୍ତେ ଘରେ ରହିବାକୁ ବାଧ୍ୟ ହେଉଥିବା ବେଳେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଦିନର ଝାଞ୍ଜି ପବନ ସମସ୍ତଙ୍କୁ ଅସ୍ତ ବ୍ୟସ୍ତ କରି ସାରିଲାଣି । ତେବେ ଏହା ଭିତରେ ସାମ୍ଭାବ୍ୟ ଅଂଶୁଘାତ ସ୍ଥିତିକୁ ମୁକାବିଲା କରିବାକୁ ଅଣ୍ଟା ଭିଡିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର । ଅଧିକ ପଢନ୍ତୁ...

The relief commissioner went ahead to resolve the water issue
ଅଂଶୁଘାତ ସ୍ଥିତିକୁ ମୁକାବିଲା କରିବାକୁ ଅଣ୍ଟା ଭିଡିଲେ ସ୍ଵତନ୍ତ୍ର ରିଲିଫ କମିଶନର

By

Published : Apr 14, 2020, 7:17 PM IST

ଭୁବନେଶ୍ବର: କୋରୋନା ଚିନ୍ତା ସାରା ଦେଶକୁ ଗ୍ରାସ କରିଥିବା ବେଳେ ଏବେ ତୀବ୍ରରୁ ତୀବ୍ରତର ହେବାରେ ଲାଗିଛି ଦିନର ତାପମାତ୍ରା । କୋରୋନା ପାଇଁ ସମସ୍ତେ ଘରେ ରହିବାକୁ ବାଧ୍ୟ ହେଉଥିବା ବେଳେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଦିନର ଝାଞ୍ଜି ପବନ ସମସ୍ତଙ୍କୁ ଅସ୍ତ ବ୍ୟସ୍ତ କରି ସାରିଲାଣି । ତେବେ ଏହା ଭିତରେ ସାମ୍ଭାବ୍ୟ ଅଂଶୁଘାତ ସ୍ଥିତିକୁ ମୁକାବିଲା କରିବାକୁ ଅଣ୍ଟା ଭିଡିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ।

ଅଂଶୁଘାତ ସ୍ଥିତିକୁ ମୁକାବିଲା କରିବାକୁ ଅଣ୍ଟା ଭିଡିଲେ ସ୍ଵତନ୍ତ୍ର ରିଲିଫ କମିଶନର

ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖି ସ୍ଥିତିର ସମୀକ୍ଷା କରିବାକୁ କହିଛନ୍ତି କମିଶନର ପ୍ରଦୀପ୍ତ ଜେନା । ଏହା ସହ ଜିଲ୍ଲାର ସବୁ ଅଧିକାରୀଙ୍କ ସହିତ ବୈଠକ କରି ଆଲୋଚନା କରିବାକୁ କୁହାଯାଇଛି । ସବୁ ହସ୍ପିଟାଲରେ ପାନୀୟ ଜଳଯୋଗାଣ ନିଶ୍ଚିତ କରିବା ସହ ଯେଉଁ ଅଞ୍ଚଳରେ ଜଳ ସଙ୍କଟ ରହିଛି ସେଠାରେ ପାନୀୟ ଜଳ କେନ୍ଦ୍ର ଖୋଲାଯିବ । ସେହିଭଳି ଜଙ୍ଗଲ ଓ ଅନ୍ୟ ସ୍ଥାନରେ ବନ୍ୟପ୍ରାଣୀଙ୍କ ପାଇଁ ଜଳ ଯୋଗାଇ ଦେବାର ବ୍ୟବସ୍ଥା ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details