ଭୁବନେଶ୍ବର: ଜାନୁଆରୀ ୨୬ ତାରିଖରେ ହୋଇଥିବା କୃଷକ ଟ୍ରାକ୍ଟର ରାଲିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ସେ କହିଛନ୍ତି ଯେ, ଏହି ଆନ୍ଦୋଳନ ଦୁର୍ଭାଗ୍ୟ ଜନକ, ଯେଉଁ ଭଳି ଭାବରେ ଦିଲ୍ଲୀରେ ଆତଙ୍କରାଜ ସୃଷ୍ଟି ହେଲା ତାହା ସାରା ବିଶ୍ଵରେ ଭାରତର ଛବିକୁ ବଦନାମ କରିଛି । ଏହାସହ ପୋଲିସ ଉପରେ ଟ୍ରାକ୍ଟର ଚଢାଇବା ଏବଂ ମାଡ ମାରିବା ଘଟଣାକୁ ନିନ୍ଦା କରିଛନ୍ତି କୃଷକ ମୋର୍ଚ୍ଚା ସଭାପତି । ଜାତୀୟ ପତାକାକୁ ଅସମ୍ମାନ କରିବା ଭଳି ଘଟଣା ସାମ୍ନାକୁ ଆସିଛି, ଏହା ପଛରେ କଂଗ୍ରେସ ଓ ବାମ ଦଳ ଦାୟୀ ବୋଲି ସେ କହିଛନ୍ତି।
ଦିଲ୍ଲୀ ହିଂସାକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେପି-ବିଜେଡି ଓ କଂଗ୍ରେସ - ଟ୍ରାକ୍ଟର ରାଲିକୁ ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା
ଜାନୁଆରୀ ୨୬ ତାରିଖରେ ହୋଇଥିବା କୃଷକ ଟ୍ରାକ୍ଟର ରାଲିରେ ହିଂସାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ରାଜ୍ୟ ବିଜେପି ଏହାରୁ ସମାଲୋଚନା କରିବା ସହ ଏଥିପାଇଁ କଂଗ୍ରେସକୁ ଦାୟୀ କରିଥିବା ବେଳେ କଂଗ୍ରେସ ଏହି ହିଂସାକୁ ନିନ୍ଦା କରିବା ସହ କୃଷକଙ୍କ ସମାମ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିଛି । ସେପଟେ ବିଜେଡି ମଧ୍ୟ ଏହାର କଡା ବିରୋଧ କରିଛି । ଅଧିକ ପଢନ୍ତୁ...

ଦୀଲ୍ଲିରେ ଟ୍ରାକ୍ଟର ରାଲିକୁ ଓଡିଶାର ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା
ଦୀଲ୍ଲିରେ ଟ୍ରାକ୍ଟର ରାଲିକୁ ଓଡିଶାର ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା
ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ ଲାଲକିଲା ଉପରେ ଚଢି ଜାତୀୟ ପତାକାର ଅପମାନ କରିବାକୁ ଘୋର ବିରୋଧ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ କୃଷକ ଆନ୍ଦୋଳନକୁ ସମର୍ଥନ ଦେଇଆସୁଥିଲା ସତ କିନ୍ତୁ, ଏପରି ହିଂସାର କେବେବି ସମର୍ଥନ କରିବ ନାହିଁ । କୃଷକ ମାନଙ୍କ କଥା ତୁରନ୍ତ ଶୁଣି କୌଣସି ଏକସମାଧାନ ବାହାର କରିବାକୁ ପ୍ରଧାନ ମନ୍ତ୍ରୀଙ୍କୁ ଅତି କଟୁ ଭାଷାରେ ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ ଏବଂ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ
Last Updated : Jan 27, 2021, 11:00 PM IST
TAGGED:
tractor rally in delhi