ଓଡିଶା

odisha

ରାଷ୍ଟ୍ରପତି ନିର୍ବାଚନ ଏକ ନିର୍ଣ୍ଣାୟକ ଲଢେଇ ହେବ: କଂଗ୍ରେସ ନେତା ପଞ୍ଚାନନ କାନୁନଗୋ

By

Published : Jun 22, 2022, 10:07 PM IST

ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇପାରନ୍ତି ଓଡିଆ ନେତ୍ରୀ ଦ୍ରୌପଦୀ ମୁର୍ମୁ । ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନଡିଏ । ଅଧିକ ପଢ଼ନ୍ତୁ

ରାଷ୍ଟ୍ରପତି ନିର୍ବାଚନ ଏକ ନିର୍ଣ୍ଣାୟକ ଲଢେଇ ହେବ: କଂଗ୍ରେସ ନେତା ପଞ୍ଚାନନ କାନୁନଗୋ
ରାଷ୍ଟ୍ରପତି ନିର୍ବାଚନ ଏକ ନିର୍ଣ୍ଣାୟକ ଲଢେଇ ହେବ: କଂଗ୍ରେସ ନେତା ପଞ୍ଚାନନ କାନୁନଗୋ

ଭୁବନେଶ୍ବର : ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଓଡିଶା ବିଜେପିର ଆଦିବାସୀ ଚେହେରା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି।

ରାଷ୍ଟ୍ରପତି ନିର୍ବାଚନ ଏକ ନିର୍ଣ୍ଣାୟକ ଲଢେଇ ହେବ: କଂଗ୍ରେସ ନେତା ପଞ୍ଚାନନ କାନୁନଗୋ

ବିଜେପି ଦଳ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା ହେବା ପରେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଓଡ଼ିଆ ଭାବରେ ମୁଁ ଅତ୍ୟନ୍ତ ଖୁସି । କିନ୍ତୁ ଏହି ନିର୍ବାଚନକୁ ନେଇ ଜୋରଦାର ଲଢେଇ ହେବାର ସମ୍ଭାବନା ରହିଛି । କାରଣ ବିପକ୍ଷ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ବିହାରର ହୋଇଥିବା ବେଳେ ସେପଟ ଭୋଟ ଗୁଡିକ ବିରୋଧୀଙ୍କୁ ଯିବାର ସମ୍ଭାବନା ରହିଛି ।

ତେବେ ବିଜେଡିର ଭୋଟ ରାଷ୍ଟ୍ରପତି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବ । ଯାହା ଜଣାପଡୁଛି ବିଜେଡି ମଧ୍ୟ ବିଜେପିକୁ ସମର୍ଥନ ଦେବ । ଆଉ ଏହି ଦୁଇ ରାଜନୈତିକ ଦଳର ବୁଝାମଣାର ପ୍ରାର୍ଥୀ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ଶ୍ରୀ କାନୁନଗୋ ଆହୁରି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୋଟ ହେଉଛି ନିର୍ଣ୍ଣାୟକ ଭୂମିକା । ଯାହା ଆବଶ୍ୟକତା ଥାଏ ତାକୁ ପୂରଣ କରିବା ପାଇଁ ନବୀନଙ୍କ ଦଳ ବା ବିଜୁ ଜନତା ଦଳର ନିର୍ଣ୍ଣାୟକ ଭୂମିକା ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଥାଏ । ଯାହାର ପ୍ରମାଣ ମିଳିଛି ଦ୍ରୌପଦୀ ମୁର୍ମୁଙ୍କ ଠାରେ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details