ଭୁବନେଶ୍ବର:ବର୍ତ୍ତମାନ ଆମେ ପିକ ପାସ କରିସାରିଛୁ । କେବଳ ଟେଷ୍ଟିଂ ବଢ଼ୁଛି ବୋଲି ପଜେଟିଭ କେସ ବଢୁଛି । ପଜିଟିଭ ହାର 14.4କୁ ଖସିଛି । ବାତ୍ୟା ପାଇଁ ଟେଷ୍ଟ କମ ହୋଇଥିବାରୁ ପଜିଟିଭ କମ ଆସିଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏବେ ଟେଷ୍ଟ ବଢିଥିଲେ ବି ପଜେଟିଭ ରେଟ କମିଛି ବୋଲି ମତ ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର ।
ସେ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ୩ ପ୍ରତିଶତ ଥାଇ ବି ଆହୁରି ସପ୍ତାହେ ସରକାର କଟକଣା ଜାରି ରଖିଛନ୍ତି । ବର୍ତ୍ତମାନ ସ୍ଥିତିରେ ଅଧିକ ଗହଳି, ବନ୍ଦ କୋଠରୀରେ କାର୍ଯ୍ୟକ୍ରମ, ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବ୍ୟାନ କରିବାକୁ ପଡିବ ।